Hot Posts

6/recent/ticker-posts

ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ବରୀ, ୦୭/୧୦ ( ରଂଜିତ ମହାନ୍ତି ) : ବରୀ ରାମଚନ୍ଦ୍ରପୁର ଥାନା ଅଧିନ ଅଟିରା ଗ୍ରାମର ଚନ୍ଦ୍ରମଣି ମଲ୍ଲିକ(୫୭)ଙ୍କର ବ୍ରାହ୍ମଣୀ ନଦୀରେ ବୁଡି ମୃତ୍ୟୁ ହୋଇ ଯାଇଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେ ନଦୀରେ ବୁଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଗାଧୋଉଥିବା ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବରୀ ପୋଲିସ ମେଡ଼ିକାଲରେ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।