ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ
ଭବାନୀପାଟଣା, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି , ମୁଖ୍ୟ ବକ୍ତା ଡ଼ ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ , ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିବେକା ନନ୍ଦ ମହାନନ୍ଦ, ଉପ ନିର୍ଦ୍ଦେଶକ, ଯୋଜନା ଓ ସମନ୍ୱୟ ଶ୍ରୀକାନ୍ତ ଦଳେଇ ଙ୍କ ସମେତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ ଯୋଗ ଦେଇ ଗାନ୍ଧିଛକ ସ୍ତିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି , ଷ୍ଟାଡିୟମ୍ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଏବଂ ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ଓ ପୂଜ୍ୟପୂଜା କରିଥିଲେ। ଜିଲ୍ଲା କ୍ରୀଡା ସଂଘର କର୍ମକର୍ତ୍ତା ଶାସ୍ତ୍ରୀ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ।ପ୍ରଭାତ ଫେରି ତଥା ମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ରେ ଅତିଥିମାନଙ୍କ ସଙ୍ଗରେ ବିଭିନ୍ନ ହାଇସ୍କୁଲ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଅଧିକାରୀ,ସହରର ବିଶିଷ୍ଟ ବ୍ୟକ୍ତି ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ସକାଳ ୪.୩୦ ଘ ସମୟରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା। ଗାନ୍ଧୀ ପାର୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୁ, ମୁସଲିମ ଓ ଶିଖ ଧର୍ମର ପ୍ରତିନିଧି ନିଜ ନିଜ ପବିତ୍ର ଗ୍ରନ୍ଥ ରୁ ସର୍ବ ଧର୍ମ ସମ୍ୟନୟ, ଭାତୃଭାବ , ଅହିଂସା ଓ ଶାନ୍ତି ଉପରେ ଉଦ୍ଧୃତ ବାଣୀ ପରିବେଷଣ କରିଥିଲେ।ହିନ୍ଦୁ ଧର୍ମର ଶ୍ରୀ ହେମନ୍ତ ମୁଣ୍ଡ,ଇସଲାମ ଧର୍ମର ଆଝାର ମହମ୍ମଦ ଓ ସୟିଦ ଉସ୍ମାନ,ଖ୍ରୀଷ୍ଟିଆନ ଧର୍ମ ର ପ୍ରଭାକର ବିର, ଶିଖ ଧର୍ମର ହର୍ଜିନ୍ଦର ସିଂ ପ୍ରତିନିଧି ରୂପେ ଯୋଗ ଦେଇ ପବିତ୍ର ଗ୍ରନ୍ଥ ରୁ ବାଣୀ ପାଠ କରିଥିଲେ।ପ୍ରଥମେ ସରସ୍ଵତୀ ବିଦ୍ୟା ମନ୍ଦିର ବ୍ରଜବିହାର ର ଛାତ୍ରୀ ମାନେ ଗାନ୍ଧୀଙ୍କ ପ୍ରିୟ ଭଜନ" ବୈଷ୍ଣବ ଜନକ" ପରିବେଷଣ କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବରୁ ହାଇସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରୀ ମାନେ ଶେଷରେ "ରଘୁପତି ରାଘବ"ଗାନ କରିଥିଲେ। ଅତିଥିଗଣ ନିଜ ବକ୍ତବ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ତଥା ଜାତିର ବିକାଶ ପାଇଁ ନିଜକୁ ପ୍ରସ୍ତୁତ କରିବା ଓ ସହଭାଗୀ ହେବାକୁ ଆହ୍ବାନ କରିଥିଲେ।ଗାନ୍ଧୀ ପାର୍କ ରେ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମ ରୂପାୟନ ରେ ପୌର ପରିଷଦ ଓ ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଲୟ କର୍ମଚାରୀ ସହ ଯୋଗ କରିଥିଲେ। ମାଲ୍ୟ ଅର୍ପଣ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ସହରର ବୁଦ୍ଧିଜୀବି,ଗଣ ମାଧ୍ୟମ ପ୍ରତିନିଧି ଭାଗ ନେଇଥିଲେ ।