Hot Posts

6/recent/ticker-posts

ନବମ ଶ୍ରେଣୀ ଛାତ୍ର ଙ୍କୁ ଦଶମ ଶ୍ରେଣୀ ଛାତ୍ର ଛୁରୀ ଭୁଷି ହତ୍ୟା ଉଦ୍ୟମ

ଭବାନୀପାଟଣା, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୮ ବୋରିଙ୍ଗପଦର ସ୍ଥିତ ନ୍ୟୁଲାଇଫ ଏକାଡେମୀ ଇଂରାଜୀ ମିଡ଼ିଅମ ସ୍କୁଲ ରେ ଜଣେ ନବମ ଶ୍ରେଣୀ ଛାତ୍ର ଙ୍କୁ ଜଣେ ଦଶମ ଶ୍ରେଣୀ ଛାତ୍ର ଛୁରୀ ଭୂଷି ହତ୍ୟା ଉଦ୍ୟମ କରିବା ଘଟଣା ସାଧାରଣ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି! ସୂଚନା ଅନୁଯାୟୀ କେସିଙ୍ଗା ନ୍ୟୁଲାଇଫ ଏକାଡେମୀ ସ୍କୁଲ ହଷ୍ଟେଲ ରେ ସରକାରୀ ଅନୁଦାନ ରେ କଳାହାଣ୍ଡି ର ବିଭିନ୍ନ ସ୍ଥାନ ରୁ ପାଖାପାଖି ୫୭ ଜଣ ଛାତ୍ରଛାତ୍ରୀ ହଷ୍ଟେଲ ରହି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ନ୍ୟୁଲାଇଫ ସ୍କୁଲରେ ଅଧ୍ୟୟନ କରୁଛନ୍ତି! ସେହି ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ କେସିଙ୍ଗା ବ୍ଲକ ନୁନମାଠ ଗ୍ରାମ ପଞ୍ଚାୟତ ଅମାଠ ଗ୍ରାମ ର ରଞ୍ଜନ କୁମାର ନନ୍ଦ ଙ୍କ ପୁତ୍ର ପ୍ରିୟାଂଶୁ ନନ୍ଦ (୧୪) ନବମ ଶ୍ରେଣୀ ରେ ପଢ଼ୁଥିବା ବେଳେ ଲାଞ୍ଜିଗଡ ଅଞ୍ଚଳ ର ଅମନ ତାଣ୍ଡି (୧୫) ଦଶମ ଶ୍ରେଣୀ ରେ ନ୍ୟୁଲାଇଫ ହଷ୍ଟେଲ ରେ ରହି ଅଧ୍ୟୟନ କରୁଛନ୍ତି! ହେଲେ ଉଭୟ ଙ୍କ ମଧ୍ୟରେ କିଛି ଦିନ ହେଲା କୌଣସି କାରଣ ରୁ ପାଟିତୁଣ୍ଡ ହୋଇଆସୁଥିଲା ଏବଂ ଗତ ୨୮ ତାରିଖ ଅପରାହ୍ନ ୩ ଘଣ୍ଟା ସ୍କୁଲ ଛୁଟି ହେବା ସମୟରେ ପୁଣି ଉଭୟ ଙ୍କ ମଧ୍ୟରେ ବଚସା ହୋଇ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣା ରେ ପରିଣତ ହୋଇଥିଲା ଓ ଅମନ ତାଣ୍ଡି ନିଜ ପାଖରେ ରଖିଥିବା ଏକ ଛୁରୀ ରେ ପ୍ରିୟାଂଶୁ ଉପରେ ଆକ୍ରମଣ କରିଥିଲା ! ତେବେ ଛୁରୀ ପ୍ରିୟାଂଶୁ ର ଛାତି କୁ ଲକ୍ଷ କରି ଭୂଷି ଦେବାରୁ ଛାତିରେ ଗଭୀର ଆଘାତ ଲାଗିଥିଲା ଓ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ ! ରକ୍ତ ଜୁଡୁବୁଡୁ ଅବସ୍ଥା ରେ ନ୍ୟୁଲାଇଫ ସ୍କୁଲ ୱାର୍ଡେନ ଓ କର୍ମଚାରୀ ମାନେ ତାଙ୍କୁ ପ୍ରଥମେ ତାଙ୍କ ନିଜ ହସ୍ପିଟାଲ ନ୍ୟୁଲାଇଫ ମିଶନ କୁ ନେଇଥିଲେ ଓ ପରିବାର ଲୋକଙ୍କୁ ସନ୍ଧ୍ୟା ୭ ଘଣ୍ଟା ସମୟରେ ଖବର ଦେଇଥିଲେ ! ଖବର ପାଇ ପରିବାର ଲୋକେ ନ୍ୟୁଲାଇଫ ମିଶନ ହସ୍ପିଟାଲ ରେ ପହଁଞ୍ଚିବା ବେଳେ ସେଠାରେ ଡାକ୍ତର ତାଙ୍କୁ ବରଗଡ ବିକାଶ ହସ୍ପିଟାଲ କୁ ନେବାପାଇଁ କହିଥିଲେ! ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ବରଗଡ ବିକାଶ ହସ୍ପିଟାଲ ରେ ପହଁଞ୍ଚି ଥିଲେ ହେଲେ ବରଗଡ ବିକାଶ ହସ୍ପିଟାଲ ରେ ବେଡ଼ ଖାଳିନଥିଲା! ତେଣୁ ସେମାନେ ସମ୍ବଲପୁର ବିକାଶ ହସ୍ପିଟାଲ କୁ ନେବାପାଇଁ ପରାମର୍ଶ ଦେଇଥିଲେ! ହେଲେ ସମ୍ବଲପୁର ବିକାଶ ହସ୍ପିଟାଲ ରେ ଚିକିତ୍ସା ଖର୍ଚ୍ଚ ବହୁତ ମହଙ୍ଗା ହେବାରୁ ଗରିବ ପ୍ରିୟାଂଶୁ ର ପରିବାର ସେଠାରେ ଚିକିତ୍ସା କରିବାରେ ଅସାମର୍ଥ ପ୍ରକାଶ କରି ଭୁବନେଶ୍ୱର ସମ ହସ୍ପିଟାଲ କୁ ନେଇଥିଲେ! ବର୍ତ୍ତମାନ ସେ ଭୁବନେଶ୍ୱର ସମ ହସ୍ପିଟାଲ ଆଇସିୟୁ ରେ ଜୀବନ ଓ ମରଣ ସହ ସଂଗ୍ରାମ କରୁଥିବା ଓ ସ୍କୁଲ କତୃପକ୍ଷ ଙ୍କ ଅବହେଳା ରୁ ଏହି ଘଟଣା ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି! ପ୍ରଥମେ ଏହି ଘଟଣା କୁ ନ୍ୟୁଲାଇଫ ଏକାଡେମୀ ସ୍କୁଲ କତୃପକ୍ଷ ଲୁଚେଇବା ପାଇଁ ଚେଷ୍ଟା କରିଥିଲେ! ତେଣୁ ହତ୍ୟା ଉଦ୍ୟମ କରିଥିବା ଛାତ୍ର ଙ୍କୁ ତୁରନ୍ତ ଟିସି ଦେଇ ବାହାର କରିଦେଇଥିବା ଅଭିଯୋଗ ହେଉଛି ! ପ୍ରିୟାଂଶୁ ଶଙ୍କଟାପର୍ଣ୍ଣ ହେବାରୁ ବାଧ୍ୟ ହୋଇ ସନ୍ଧ୍ୟା ୭ ଘଣ୍ଟା ରେ ଖବର ଦେଇଥିଲେ କାରଣ ଅପରାହ୍ନ ର ଘଟଣା ପରିବାର କୁ ସନ୍ଧ୍ୟା ରେ ଖବର ଦେବା ଓ କେସିଙ୍ଗା ପୁଲିସ କୁ ୨୯ ତାରିଖ ରେ ସୂଚନା ଦେବା ନିଶ୍ଚିତ ଭାବେ ନ୍ୟୁଲାଇଫ ସ୍କୁଲ କତୃପକ୍ଷ ଙ୍କ କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ଆଙ୍ଗୁଳି ନିର୍ଦେଶ କରୁଛି ! ସ୍କୁଲ ପରିସରରେ ଛୁରୀ କିପରି ଆସିଲା ଏବଂ ସ୍କୁଲ ୱାର୍ଡେନ କିମ୍ବା କର୍ମଚାରୀ କିପରି ଛୁରୀ ଦେଖିପାରିନଥିଲେ ଓ ଆମକୁ ତୁରନ୍ତ କାହିଁକି ଖବର ଦିଆନଗଲା ବୋଲି ପରିବାର ଓ ଗ୍ରାମବାସୀ ମାନେ ଅଭିଯୋଗ କରି ନ୍ୟୁଲାଇଫ ସ୍କୁଲ ଅଫିସ ଆଗରେ ପାଟିତୁଣ୍ଡ ଓ ହୋହାଲ୍ଲା କରିଥିଲେ! ଫଳରେ ନ୍ୟୁଲାଇଫ ସ୍କୁଲ ପରିସରରେ କିଛି ସମୟ ପାଇଁ ସେଠାରେ ଚାପାଉତ୍ତେଜନା ପ୍ରକାଶ ପାଇଥିଲା! ଏନେଇ କେସିଙ୍ଗା ଆଦର୍ଶ ଥାନା ଆଇ ଆଇ ସି ଙ୍କୁ ଦେବେନ୍ଦ୍ର ବିଶ୍ୱାଳ ଙ୍କୁ ପଚାରିବାରୁ ଆମକୁ କୌଣସି ଖବର ସ୍କୁଲ କତୃପକ୍ଷ ଦେଇନାହାନ୍ତି! ସେମାନେ ପ୍ରଥମେ ସେହି ପିଲାକୁ ଥାନାରେ ଜିମା ଦେଇ ସମସ୍ତ ବିଷୟ ଲେଖିକି ଦେବାକଥା! ହେଲେ ସେମାନେ ଘଟଣା କୁ ଲୁଚେଇଲେ ଏଠାରେ ସିଧାସଳଖ ଜଣାପଡୁଛି ସ୍କୁଲ ମାଲିକ ଓ ସ୍କୁଲ କତୃପକ୍ଷ ଙ୍କ ଅବହେଳା ରୁ ଗୋଟିଏ ଛାତ୍ର ଜୀବନ ଆଉ ମରଣ ସହ ସଂଗ୍ରାମ କରୁଛି! ନ୍ୟୁଲାଇଫ ଏକାଡେମୀ ସ୍କୁଲ କତୃପକ୍ଷ ଓ ମାଲିକ ନାମ ରେ ନିଶ୍ଚିତ ଭାବେ କେଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି! ତେବେ ଗୋଟିଏ ସ୍କୁଲ ପରିସରରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳ ରେ ଉଦବେଗ ପ୍ରକାଶ ପାଇଛି!


କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ