କଂଗ୍ରେସ ଭବନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଜୟପୁର, ୦୨/୧୦ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା କଂଗ୍ରେସ ଭବନଠାରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଗରିମାର ସହ ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀ ସୂର୍ଯ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସଚିବ ଶ୍ରୀ ଦୁର୍ଗା ଶର୍ମା, ଶ୍ରୀ ବିନୋଦ ମହାପାତ୍ର, ଶ୍ରୀ ରାମ ନାୟକ, ଶ୍ରୀ ସୁରଜିତ ରାଉତରାୟ ଓ ଶ୍ରୀ ଡେଭିଡ୍ ତୁରୁକଙ୍କ ସମେତ ବହୁ କଂଗ୍ରେସ ନେତା, ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ। ଉପସ୍ଥିତ ନେତା ଓ କର୍ମୀମାନେ ଦୁଇ ମହାନ ନେତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ତ୍ୟାଗ, ଦେଶପ୍ରେମ ଓ ଆଦର୍ଶମୟ ଜୀବନକୁ ସ୍ମରଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ମାନବିକତାର ଆଦର୍ଶ ଏବଂ ଲାଲ ବହାଦୁର ଶାସ୍ତ୍ରୀଙ୍କ ସରଳତା, ସଚ୍ଚୋଟତା ଓ ଦେଶସେବାର ଆଦର୍ଶକୁ ସ୍ମରଣ କରାଯାଇଥିଲା। ଏଥିସହ ଦେଶର ଏକତା, ଭାଇଚାରା, ଶାନ୍ତି ଓ ସାମାଜିକ ସଦ୍ଭାବକୁ ମଜବୁତ କରିବା ସହ ମହାନ ନେତାମାନଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ଶେଷରେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା