ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
କର୍ଲାମୁଣ୍ଡା, ୦୨/୧୦ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ମୁରଲୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧିଜୀଙ୍କ ସତ୍ୟବାଦୀ, ଅହିଂସା ଓ ଶାସ୍ତ୍ରୀଜୀଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ଇତିହାସ ଅଧ୍ୟାପକ ଭୁବନେଶ୍ୱର ଗହୀର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟ କରା ଯାଇଥିଲା। ଏଥିରେ ବିଦ୍ୟାଳୟ କିରାଣୀ ସୁମନ୍ତ ରଣା, ହରେକୃଷ୍ଣ ସାହୁ, ପ୍ରସନ୍ନ ରଣା ସହଯୋଗ କରିଥିଲେ।