*କିର୍ମିରା ଏକଲବ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କ ବଡ ସଫଳତା*
ଲଇକେରା, ୦୧/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲା କିର୍ମିରା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଏକଲବ୍ୟ ସ୍କୁଲରେ ମଣ୍ଡଳସ୍ତରୀୟ ଏକଲବ୍ୟ ସ୍କୁଲ ମାନଙ୍କ ମଧ୍ୟରେ ୧୪ ବର୍ଷ ଓ ୧୯ ବର୍ଷ ଭିତରେ କ୍ରିଡା ପ୍ରତିଯୋଗିତା ରେ ଭଲ ପ୍ରଦର୍ଶନ କରି ୨୨ଟି ଗୋଲଡ୍, ୧୩ଟି ସିଲଭର ଓ ୩ଟି ଵ୍ରୋଞ୍ଚ୍ ମେଡାଲ ପାଇ ଚମ୍ପିଆନ ହୋଇଛନ୍ତି ।ଏହି ମେଡାଲ ପାଇଥିବା ଭିତରେ ଅଙ୍କିତା ବାଗ, ପାୟଲ ନାଏକ, ଚୈତନ୍ୟ କିସାନ,ଜସ୍ବିନ ଚାର୍ଦିଆ, ପ୍ରମୋଦିନୀ କିସାନ, ହେମାନନ୍ଦ ମାଝୀ, ସୁଚିମିତା ବାଗ, ରୋହିତ ପିଙ୍ଗ୍ ଓ ରଶ୍ମିତା କିସାନ ଗୋଲଡ୍ ମେଡାଲ ପାଇ ଚମ୍ପିଆନ୍ ହୋଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ସିଂହ ଓ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଛାତ୍ର ଛାତ୍ରୀମାନଙ୍କୁ ଧନ୍ୟବାଦ ଦେବା ସହିତ ସମ୍ମାନିତ କରିଥିଲେ ।ଖେଳ ଶିକ୍ଷକ ହିମାଂଶୁ ଚୈାହାନ, ରଶ୍ମି ବାଲାଙ୍କ ତତ୍ତ୍ୱାବଧାନ ଓ ପରିଶ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତା ହୋଇଛି ।