ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
ବରୀ, ୦୬/୧୦ ( ରଂଜିତ ମହାନ୍ତି ) : ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଅରଙ୍ଗାବାଦ ପଞ୍ଚାୟତ ଫୁଲୁପୁର ଗ୍ରାମର ରେବତୀ ଯେନା (୮୮) ନଦୀକୁ ଗାଧୋଇବାକୁ ଆସିଥିବାବେଳେ ଗୋଡ ଖସିଯିବାରୁ ବୁଡ଼ି ଯାଇଥିଲେ। ଘଟଣା ସ୍ଥଳରେ ଅନ୍ୟମାନେ ଗାଧୋଉଥିବା ବେଳେ ଡାକିବାରୁ ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଦାୟିତ୍ୱରେ ଥିବା ଡାକ୍ତର ମୃତ ଘୋଷଣା କରିବା ପରେ ଖବର ପାଇ ବରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଛ୍ୟଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।