Hot Posts

6/recent/ticker-posts

ଯାଜପୁର ଜିଲ୍ଲା ରେ ର ଓଡ଼ିଶା ବନ୍ଦର ପ୍ରଭାବ.

ଯାଜପୁର, ୦୮/୧୦ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ବନ୍ଦ ସମର୍ଥକମାନେ ବିଭିନ୍ନ ଛକରେ ପିକେଟିଂ କରିବା ସହ ରାସ୍ତାରେ ଯାନବାହନ ଚଳାଚଳକୁ ପ୍ରଭାବିତ କରିଥିଲେ। ଅନେକ ସ୍ଥାନରେ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଥିଲା। କଂଗ୍ରେସ ନେତୃତ୍ୱାଧୀନ INDIA ବ୍ଲକ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନୂତନ MMDR ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା, ପାଠ୍ୟପୁସ୍ତକ ବିବାଦରେ ମନ୍ତ୍ରୀଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଆବଶ୍ୟକୀୟ ସେବା ଯଥା ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ ଆଦିକୁ ବନ୍ଦରୁ ବାଦ ଦିଆଯାଇଛି।