ମୋ ଭାଇ ମାନେ ପରବାର ତରଫରୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ
ଯାଜପୁର, ୦୮/୧୦ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ପାଣି କୋଇଲି ଠାରେ ମୋ ଭାଇ ପରିବାର ତରଫରୁ ଗରିବ, ଅସହାୟ, ଦୁଃଖି, ରିଙ୍କି ମାନଙ୍କୁ ଶୁଖିଲା ଖାଦ୍ୟ ସହ ପୋଷାକ ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୋ ଭାଇ ପରିବାରର ସଭାପତି ଶ୍ରୀଯୁକ୍ତ ସଞ୍ଚୟ କୁମାର ଦଳାଇ ଯୋଗ ଦେଇ ଥିଲେ। ସମ୍ପାଦକ ଶ୍ରୀ ଯୁକ୍ତ ଅଜୟ କୁମାର ସାହୁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ। ଉପଦେଷ୍ଟା ଶ୍ରୀ ଯୁକ୍ତ ଦୀନବନ୍ଧୁ ଖୁଣ୍ଟିଆ ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଶିବାନନ୍ଦ ବେହେରା, ରମେଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ। ମୋ ଭାଇ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।