Hot Posts

6/recent/ticker-posts

ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନାଙ୍କ ଦ୍ୱାରା ଶତାଧିକ ବୃକ୍ଷରୋପଣ

ବାଲେଶ୍ଵର, ୦୮/୧୦ (ପ୍ରଭାକର ମଲ୍ଲିକ) : ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ମହତ୍ତ୍ୱକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଗୁରୁବାରସକାଳା ୧୦ଟା ସମୟରେ ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନାଙ୍କ ପକ୍ଷରୁ ଶତାଧିକ ବୃକ୍ଷରୋପଣ କରାଯାଇଛି। ଗାନ୍ଧିଛକ ମଥାନି ମୂଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଫଳ, ଔଷଧୀୟ ଓ ଛାୟା ପ୍ରଦାନକାରୀ ବୃକ୍ଷର ଚାରା ରୋପଣ କରାଯିବା ସହ ଏହାର ଯତ୍ନ ଓ ସୁରକ୍ଷା ପାଇଁ ମଧ୍ୟ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରିବେଶର ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଦୀର୍ଘଦିନ ଧରି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ସହ ଜଡ଼ିତ ରହିଛନ୍ତି। ଗୋଟିଏ ଗଛ ଲଗାଇବା ଅର୍ଥ ହେଉଛି ଆଗାମୀ ପିଢ଼ି ପାଇଁ ଜୀବନର ଏକ ନୂଆ ଆଶା ସୃଷ୍ଟି କରିବା।କେବଳ ଚାରା ରୋପଣ ନୁହେଁ, ରୋପିତ ଗଛଗୁଡ଼ିକର ନିୟମିତ ଯତ୍ନ ନେଇ ସେଗୁଡ଼ିକୁ ବଡ଼ କରିବା ଆବଶ୍ୟକ ବୋଲି ସେଶ୍ରୀଯୁକ୍ତ ଜେନା ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟିର ସଦସ୍ୟ ବିଶ୍ଵଜିତ ମୁଦୁଲି, ସହଦେବ ଜେନା, ରାଜେଶ ଦାସ ମହାପାତ୍ର, ହରିଶ ପ୍ରଧାନ, ମାର୍କଣ୍ଡ ପ୍ରଧାନ ତାପସ ବେହେରା, ମୃତ୍ୟଞ୍ଜୟ ଜେନା, ସରୋଜ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ |ସୁମନ୍ତଙ୍କର ଏପରି ମହତ୍ ପରିବେଶମୁଖୀ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।



ବାଲେଶ୍ଵର ଜିଲ୍ଳାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l