କଟକ ଦଶହରା ଦୁର୍ଗାପୂଜା ଇତିହାସରେ...ମେରିଆ ବଜାର-କେଶରପୁର ପୂଜା କମିଟି
କଟକ, ୦୬/୧୦ ( କାହୁଁ ଚରଣ ବାରିକ ) : ୧୯୦୩ ମସିହାରେ ଏକ ଚାଳ ଘରେ ପ୍ରଥମେ ମହାଦେବଙ୍କ ପ୍ରତିମା ପୂଜା ଆରମ୍ଭ କରାଯାଇଥିଲା। ୨୦୦୬ରେ ମହାଦେବଙ୍କ ପରିବର୍ତ୍ତେ ଦୁର୍ଗାଙ୍କ ପ୍ରତିମା ପୂଜା ଆରମ୍ଭ କରାଯାଇଥିଲା। ଦୁର୍ଗାଙ୍କ ବ୍ୟତୀତ ଲକ୍ଷ୍ମୀ ଓ କାଳୀଙ୍କ ପ୍ରତିମା ପୂଜା ପାଇଥାନ୍ତି। ଦୁର୍ଗାଙ୍କ ସହିତ ସମସ୍ତ ପାର୍ଶ୍ୱ ଦେବଦେବୀଙ୍କର ମୁକୁଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଳଙ୍କାର ଚାନ୍ଦି ରେ ତିଆରି ହୋଇସାରିଥିବା ବେଳେ ଚାନ୍ଦି ମେଢ଼ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଏଠାକାର ବିଶେଷତ୍ୱ ହେଲା କି ଦୁଇ ଅଞ୍ଚଳକୁ ନେଇ ଏଠାକାର କମିଟି ଗଠନ ହୋଇଥିବାରୁ ପ୍ରତ୍ୟେକଙ୍କ ସହଯୋଗ ସହିତ ସମସ୍ତେ ଭସାଣ ଉତ୍ସବରେ ସାମିଲ ହୋଇଥାନ୍ତି। ଏଥର ଅଷ୍ଟମୀରେ ୪ କୁଇଣ୍ଟାଲ ଲଡ଼ୁ ଭୋଗ କରାଯାଇ ବଣ୍ଟନ କରାଯିବ। ଦଶମୀରେ ଦହି ପଖାଳ ପ୍ରସାଦର ବ୍ୟବସ୍ଥା କରାଯାଇଛି। ମଣ୍ଡପ ସହିତ ପୂରା ଅଞ୍ଚଳକୁ ଆଲୋକମାଳାରେ ସଜିତ କରାଯିବ। ସପ୍ତମୀରେ ଭଜନ ପରିବେଷଣ କରାଯିବା ସହିତ ଅଷ୍ଟମି, ନବମି ଓ ଦଶମି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଅଛି। ଭସାଣରେ ବ୍ୟାଣ୍ଡ ପାର୍ଟି, ମାଦଳ ଓ ଘଣ୍ଟର ବ୍ୟବସ୍ଥା ହୋଇଛି। ସକାଳ ୧୦ଟାରେ ପ୍ରତିମା ମଣ୍ଡପ ଛାଡ଼ି ଭସାଣ ଉତ୍ସବରେ ସାମିଲ ହେବ। ମା’ ବରାହୀ ଠାକୁରାଣୀ ଏହି ଅଞ୍ଚଳର ଗ୍ରାମଦେବୀ । ଶାରଦୀୟ ପୂଜାରେ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଦେବୀ ଦୁର୍ଗାଙ୍କ ପୂଜାରେ ଯେପରି ତୁଟି ନ ରୁହେ, ସେଥିପ୍ରତି କମିଟି ସର୍ବଦା ଯତ୍ନବାନ ରହିଥାଏ।
କର୍ମକର୍ତ୍ତା - ଅରିନ୍ଦମ ରାୟ(ସଭାପତି)
ଲଲାଟ କେଶରୀ ପରିଡ଼ା(ସମ୍ପାଦକ)
ପ୍ରସନ୍ନ ମୂଳିଆ(ଉପ- ସଭାପତି)
ସୁବ୍ରତ ସ।ସମଲ୍(ଉପ- ସଭାପତି)
ଶ୍ରୀକାନ୍ତ ମହାପାତ୍ର(ସହ- ସମ୍ପାଦକ)
ଜିତେନ୍ଦ୍ର ବିଶ୍ୱାଳ(ସହ- ସମ୍ପାଦକ)
ମାନସ ଜେନା(କୋଷାଧକ୍ଷ)
ଶୈଲେଶ ଦାସ(ସାଂସ୍କୃତିକ ସଂଯୋଜକ)