କେଏମସିର ଉନ୍ନତିମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବୀକଲା 'ମୋ କଟକ ସୁରକ୍ଷା ମଞ୍ଚ'।
କଟକ, ୦୬/୧୦ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମ ବିନା ଟେଣ୍ଡରରେ ୨୦୨୪ ଜୁନ ମାସ ଠାରୁ ୨୦୨୬ ଅଗଷ୍ଟ ମାସ ୨ବର୍ଷରେ ପୁର୍ତ୍ତ ବିଭାଗ କୋଡ ଅନୁସାରେ ସହରର ୫୯ଟି ଓ୍ଵାର୍ଡରେ ବିନା ଟେଣ୍ଡରରେ ରାସ୍ତାଘାଟ, ନାଳନର୍ଦ୍ଦମା ସଫେଇକାର୍ଯ୍ୟ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ବାବଦରେ ୫ଲକ୍ଷ ଟଙ୍କା ତଳକୁ ୩୭୦୧ ଟି ଫାଇଲ୍ର କାର୍ଯ୍ୟ କରି କେଏମସିର ଅଧିକାରୀ , ସ୍ଥାନୀୟ ଜନପ୍ରତିନିଧି ଓ ନିର୍ଦ୍ଦିଷ୍ଟ ଠିକାଦାର ମଧୁଚନ୍ଦ୍ରିକାରେ ପ୍ରାୟ ୬୨କୋଟିରୁ ଉର୍ଦ୍ଧ୍ବ ଟଙ୍କା କାର୍ଯ୍ୟ ହୋଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ ତଥ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି ।ଏହା ବାଦ ଟେଣ୍ଡର ଜରିଆରେ କୋଟିକୋଟି ଟଙ୍କା ବ୍ୟୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଥ୍ୟ ସୂଚନା ଅଧିକାର ଆଇନରେ ମିଳୁନାହି। ଯାହାଦ୍ୱାରା ନଗରଯନ୍ତ୍ରୀ ଅତନୁ ସାମନ୍ତ ସୂଚନାଅଧିକାର ଆଇନରେ ତଥ୍ୟ ନଦେଇ ୨ଟି କେସ୍ ରେ ୨୦ହଜାର ଟଙ୍କା ଲେଖାଏଁ ଜୋରିମାନା ହୋଇଛି। ୫ଲକ୍ଷ ଟଙ୍କା ତଳକୁ ୩୭୦୧ଟି ଫାଇଲରେ ୬୨କୋଟି ଟଙ୍କାର କାର୍ଯ୍ୟରୁ ୫୧ନଂ ଓ୍ଵାର୍ଡରେ ୧୧୧ଟି ଫାଇଲ୍ ଓ ୫୨ନଂ ଓ୍ଵାର୍ଡରେ ୨୬ଟି ମୋଟ ୧୩୭ଟି ଫାଇଲରେ ୨କୋଟି ୩୦ଲକ୍ଷରୁ ଉର୍ଦ୍ଧ୍ବ ଅର୍ଥରେ କାର୍ଯ୍ୟ ହେବାସହ କେଏମସିର ଅଧିକାରୀ ଓ ୫୧ନଂ ଓ୍ଵାର୍ଡର କର୍ପୋରେଟର ମଧୁଚନ୍ଦ୍ରିକାରେ ୧୩୭ଟି କାର୍ଯ୍ୟ(ଫାଇଲ୍) ରୁ ସ୍ଥାନୀୟ କର୍ପୋରେଟରଙ୍କ ଭାଇ ରାହୁଲ କୁମାର ସ୍ବାଇଁ ୫୨ଟି ଫାଇଲ,ସମ୍ପର୍କୀୟ ଶୋଭନ ରାଉତରାୟ ୨୫ଟି ଓ ରଜତ ବସ୍ତିଆ ୨୩ଟି ଫାଇଲ ମୋଟ ୧୦୦ଟି ଫାଇଲ କାର୍ଯ୍ୟ କରିଥିବା ବେଳେ ବାକି ୩୭ଟି ଫାଇଲ୍ର କାର୍ଯ୍ୟ ୧୦ରୁ ଉର୍ଦ୍ଧ୍ବ ଠିକାଦାର କାର୍ଯ୍ୟ କରିଥିବା ଜଣାପଡ଼ିଛି।କର୍ପୋରେଟରଙ୍କ ଭାଇ ଓ ସମ୍ପର୍କୀୟ ୩ଜଣ ୧୦୦ଟି ଫାଇଲ ଅର୍ଥାତ ୧କୋଟି ୬୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ବାକି ୭୦ଲକ୍ଷ ୧୦ରୁ ଉର୍ଦ୍ଧ୍ବ ଠିକାଦାର କାର୍ଯ୍ୟ କରିଛନ୍ତି।ଏହି କାର୍ଯ୍ୟ କେଉଁ ଆଧାରରେ କାର୍ଯ୍ୟାଦେଶ ଦିଆଯାଇଛି ଏହାର ତଥ୍ୟ ସାର୍ବଜନୀନ କରିବା ଆବଶ୍ୟକ ଏବଂ ୫୧ନଂ ଓ୍ଵାର୍ଡରେ MSWC-1 ପଙ୍କୋଦ୍ଧାର ୨୦୨୫ନଭେମ୍ବର ମାସରେ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ୪୮ଟି ଫାଇଲ କରି ପଙ୍କୋଦ୍ଧାର କାର୍ଯ୍ୟ କେବଳ କର୍ପୋରେଟରଙ୍କ ଭାଇ ଓ ସମ୍ପର୍କୀୟ ୨ଜଣଶପ୍ରାୟ ୮୦ଲକ୍ଷ ଟଙ୍କାର କାର୍ଯ୍ୟ କରିଛନ୍ତି।ନଭେମ୍ବର ମାସରେ ପଙ୍କୋଦ୍ଧାର ଏବଂ ୨ଜଣ ଠିକାଦାରଙ୍କୁ ପ୍ରାୟ ୮୦ଲକ୍ଷ ଟଙ୍କାର କାର୍ଯ୍ୟ କେଉଁ ଅଧିକାରୀ କାର୍ଯ୍ୟାଦେଶ ଦେଇଛନ୍ତି ଓ ବିଲ୍ କରିଛନ୍ତି ଏହାର ତଦନ୍ତ ଆବଶ୍ୟକ ବୋଲି 'ମୋ କଟକ ସୁରକ୍ଷା ମଞ୍ଚ' ଉପସଭାପତି ବ୍ୟୋମକେଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି। ୫୧ନଂ ଓ୍ଵାର୍ଡ ବାଲିସାହିରେ ଆରସିସି ଡ୍ରେନ,ସ୍ଲାବ୍ ପୁରୁଣା ବାଲିସାହି, ଆରସିସି ଡ୍ରେନ ସ୍ଲାବ୍ ପୁରୁଣା ବାଲିସାହି ୨ଟି ଫାଇଲ୍ ୪ଲକ୍ଷ ୧୪ହଜାର ୪୦୮ଟଙ୍କା ଓ ୪ଲକ୍ଷ ୧୫ହଜାର ୨ଟଙ୍କା ମୋଟ ୮ଲକ୍ଷ ୨୯ହଜାର ୪୧୦ଟଙ୍କା ଟେଣ୍ଡର ନକରି ଏହାକୁ ସ୍ପ୍ଲିଟ୍ ଅପ୍ କରିବା ସହ ଏପରିକି ଆଉ ୩ଟି ଫାଇଲ୍ ମଧ୍ୟ ୪ଲକ୍ଷରୁ ଉର୍ଦ୍ଧ୍ବ ଏହି ବାଲିସାହିରେ କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଦେଶ ଦେଇଥିଲେ ଏହାକୁ ତଦନ୍ତ କରାଯିବା ଆବଶ୍ୟକ ବୋଲି ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁ ଦାବୀ କରିଥିବା ବେଳେ କେଏମସିର କମିଶନର, ମେୟର,ଅଧିକାରୀ କେଉଁ ଆଧାରରେ ଏହି ୩୭୦୧ଟି କାର୍ଯ୍ୟ ଅର୍ଥାତ ପ୍ରାୟ ୬୨କୋଟି ଟଙ୍କାର କାର୍ଯ୍ୟ ସ୍ପ୍ଲିଟ୍ ଅପ କରି ପ୍ରତ୍ୟେକ ଓ୍ଵାର୍ଡରେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ଦେଇଛନ୍ତି କାର୍ଯ୍ୟ ହୋଇଥିବା ସ୍ଥାନ ଦେଖି କାର୍ଯ୍ୟ ହୋଇଛି କି ନାହିଁ,ଟେଣ୍ଡର ନକରି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଦେବା ସହ କାର୍ଯ୍ୟ ହୋଇଛି କି ନାହିଁ ଭିଜିଲାନ୍ସ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହ ଜନସାଧାରଣଙ୍କ ଅର୍ଥକୁ ଉନ୍ନତିମୂଳକ କାର୍ଯ୍ୟ ନାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣା ସମ୍ପର୍କରେ ମୂଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବେ ବୋଲି ଜିତେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।।