ସରକାରୀ ଉଚ୍ଚ ବିଦ୍ୟାଳୟ ସାହାସପୁର ଠାରେ ଗାନ୍ଧୀ ଜୟନ୍ତୀ ପାଳିତ
ଲଇକେରା, ୦୨/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସାହାସପୁର ଠାରେ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବିଇଓ କୁବେର ଚୈାଧୁରୀ ଓ ସମ୍ମାନିତ ଅତିଥି ଭାବରେ ସାହାସପୁର କ୍ଳଷ୍ଟର ର ସିଆରସିସି ଦୀପକ କୁମାର ପଟେଲ, ସମାଜସେବୀ ଚେତନା ନାୟକ ଯୋଗଦେଇ ପ୍ରଥମେ ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତୀର ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ ନାଏକ ସମସ୍ତ ଅତିଥିମାନଙ୍କୁ ସୁସ୍ୱାଗତ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମୂଖ୍ୟ ଅତିଥି ଗାନ୍ଧୀଜୀଙ୍କ ଜୀବନ ଦର୍ଶନ, ସତ୍ୟ ଓ ଅହିଂସା ନୀତି, ସ୍ୱାଧିନତା ଆନ୍ଦୋଳନର ସଫଳତାର କାହାଣୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଲିପିକାରାନୀ ମାଝୀ, ଜାହ୍ନବୀ ନାଏକ ସକ୍ରିୟ ସହଯୋଗ କରିଥିବାବେଳେ ସହକାରୀ ଶିକ୍ଷକ ରାଜେଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।