Hot Posts

6/recent/ticker-posts

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ

କଟକ, ୦୯/୧୦ ( କାହୁଁ ଚରଣ ବାରିକ ) : କଟକ ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବୈଧ ମଦ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଟକ ସଦର ରେଞ୍ଜ୍‌ ପକ୍ଷରୁ ନ୍ୟାସନାଲ ଲ' ୟୁନିଭର୍ସିଟି ନିକଟସ୍ଥ ଅଞ୍ଚଳ ଓ ବିଜୁ ପଟ୍ଟନାୟକ ପାର୍କ ଛକ ନିକଟରେ ଚଢ଼ଉ କରାଯାଇ ୫ଟି ମାମଲା ରୁଜୁ କରାଯାଇଛି। ଏହି ଚଢ଼ଉ ସମୟରେ ୩୨ ଲିଟର ଦେଶୀ ମଦ, ୬୦ ଲିଟର ଚୋରା ଦେଶୀ ମଦ IDL (Illicit Distilled Liquor) ଏବଂ ମଦ ପରିବହନରେ ବ୍ୟବହୃତ ଏକ ସ୍କୁଟି ଜବତ କରାଯାଇଛି। କଟକ ସଦର ରେଞ୍ଜ୍‌ର ଅବକାରୀ ଇନ୍ସପେକ୍ଟର ଶ୍ରୀ କମଳ ଲୋଚନ ପାଇକରାୟଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିବା ବେଳେ ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତେୱାରୀଙ୍କ ତତ୍ତ୍ୱାବଧାନରେ ଅଭିଯାନଟି ପରିଚାଳିତ ହୋଇଥିଲା। ଚୋରା ମଦ ପ୍ରସ୍ତୁତି, ପରିବହନ ଓ ବିକ୍ରୟ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଓ ଯାଞ୍ଚକୁ ଅଧିକ ଜୋରଦାର କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି।