ଜିଲ୍ଲା ସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୬ ଅନୁଷ୍ଠିତ
ଭବାନୀପାଟଣା, ୦୯/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ୯ ମ ଜିଲ୍ଲା ସ୍ତରୀୟ ଜାତୀୟ ପୋଷଣ ମାସ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆୟୋଜନରେ ଆଜି ଭବାନୀପାଟଣା ପଞ୍ଚାୟତ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇଯାଇଛି । ଏହି ଦିବସର ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଭଳଷ୍ମୀ ନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା, , NHMରୁ RBSK ମେନେଜର କୃଷ୍ଣ ଚନ୍ଦ୍ର ପ୍ରଧାନ, ମିଶନ ଶକ୍ତି ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁମନ ଦ୍ବିବେଦୀ, ଓଡିଶା ଜୀବିକା ମିଶନ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡ. ଚନ୍ଦନ ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇଥିଲେ । ଅଂଶଗ୍ରହଣକାରି ମଧ୍ୟରେ ଆଇସିଡିଏସ ର ପ୍ରୋଗ୍ରାମ୍ ଅଫିସର ନମିତାରାଣୀ ପଲ୍, ଭବାନୀପାଟଣା ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର ଆଶା ରାଣୀ ସାହୁ ଓ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର ଫୁଲଯେଂସିଆ ସୋରେନ୍ , ପୋଷଣ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟରତ ଜିଲ୍ଲା ସଂଯୋଜକ ଅଜୟ ବିଭାର ଓ ଜିଲ୍ଲା ପୋଷଣ କାର୍ଯ୍ୟ ସହାୟିକା ପ୍ରଜ୍ଞା ମହାପାତ୍ର, ଓମେନ୍ ହବ୍ ର ଜିଲ୍ଲା ସଂଯୋଜକ ଯୁଗେସ୍ବର ବୁଦ୍ଧିଆ ବିବାହ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଥିବା ଜିଲ୍ଲା ପରାମର୍ଶଦାତା ଦିବ୍ୟ ରଞ୍ଜନ ଯୋଶୀ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଆଇ. ସି. ଡି. ଏସ. ର ମହିଳା ପରିଦର୍ଶିକା , ପୋଷଣ କାର୍ଯ୍ୟକ୍ରମ ଅଧୀନରର କାର୍ଯ୍ୟରତ ସମସ୍ତ ବ୍କଲ ସଂଯୋଜକ , ଅଙ୍ଗନୱାଡି କର୍ମୀ , ଓ ସ୍ଵୟଂ ସହାୟକ ର ଗୋଷ୍ଠୀ ର ସଭ୍ୟା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା ସ୍ଵାଗତ ସମ୍ଭର୍ଦ୍ଧନା ଜଣାଇବା ସହିତ ପୋଷଣ ମାସ ପାଳନର ଉଦ୍ଦେଶ୍ୟ ଓ ବିଭାଗର ନିୟମାବଳୀ ଅନୁଯାୟୀ ଜିଲ୍ଲାରେ ରେ କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନ କରିଥିଲେ I ପରେ ପରେ ପ୍ରୋଗ୍ରାମ୍ ଅଫିସର ନମିତାରାଣୀ ପଲ୍ ପୋଷଣ ଅଭିଯାନ ଅନ୍ତର୍ଗତ ପାଳିତ ହୋଇଥିବା ୯ ମ ଜାତୀୟ ପୋଷଣ ମାସର ଆଭିମୁଖ୍ୟ , କାର୍ଯ୍ୟବଳି ଓ ଜିଲ୍ଲାରେ ପାଳିତ ହୋଇଥିବା ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକୁ ପି ପି ଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀ ବୃନ୍ଦ ନିଜ ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକୁ ଜଣାଇବା ସହିତ ପୃଷ୍ଟି ସହିତ ସମନ୍ବୟ କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ଆନୁକୁଲ୍ୟରର ଭବାନୀପାଟଣା ସହରାଞ୍ଚଳର ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଂକ ଦ୍ଵାରା ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ,ଚଳିତ ପୋଷଣ ମାସର ବିଷୟବସ୍ତୁ ଅଧାରିତ ବାର୍ତ୍ତା ଗୁଡିକୁ ପ୍ରଦଶିତ କରିଥିଲେ। ପୋଷଣ ମାସ ଅବସରରେ ଅୟୋଜିତ ରଚନା, ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଂକୁ ପୁରସ୍କୃତ କରାଯାଇଥିଲା । ପୁଣି ବ୍ଲକ କଳା ସାଂସ୍କୃତିକ ସଂଘ୍ ମାଧ୍ୟମରେ ଲୋକକଳା ନୃତ୍ୟ କାର୍ଯକ୍ରମ କରାଯାଇଥିଲା ।◻ଶେଷରେ ପ୍ରୋଗ୍ରାମ୍ ଅଫିସର ସନ୍ଧ୍ୟା ରାଣୀ ନାୟକ ସମସ୍ତଂକୁ ଧନ୍ୟବାଦ ଦେଇଥିଲେ I