Hot Posts

6/recent/ticker-posts

"ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ," ଆନୁକୂଲ୍ୟରେ ଖୋଲାମଞ୍ଚ ଆୟୋଜନ

ବରୀ, ୦୯/୧୦ ( ରଂଜିତ ମହାନ୍ତି ) : "ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ," ଆନୁକୂଲ୍ୟରେ ଆସନ୍ତା ବାର ତାରିଖ ସୋମବାର ପୂର୍ବାହ୍ନ ଦଶ ଘଟିକାରେ ଅଜାଣ ପଡ଼ିଆରେ ଖୋଲାମଞ୍ଚ ଆୟୋଜନ କରାଯାଇଛି। ଏଥିରେ ଅଭିଜ୍ଞ ବ୍ୟକ୍ତି ଯନ୍ତ୍ରୀ,ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଯୋଗଦେଇ ଆମ ଅଞ୍ଚଳରେ ବନ୍ୟା ଓ ଏହାର ପ୍ରତିକାର ବା ନିୟନ୍ତ୍ରଣ ପାଇଁ ପ୍ରଶ୍ନୋତ୍ତର କାର୍ଯ୍ୟ କ୍ରମ ଅନୁଷ୍ଟିତ ହେବ। ଏହି ବୃହୋତ୍ତର ଜନହିତୈଷୀ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରି ଜନମାନସଙ୍କ ଦୃଷ୍ଟି କୁ ଆଣି ସମାବେଶକୁ ସରଗରମ କରି ତୋଳିବାକୁ ଆଜି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ଦିବସରେ କୃପାସିନ୍ଧୁ ବିଦ୍ୟାଭବନ ବରିରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟର ପିଲାଙ୍କ ସହଯୋଗରେ ମାନବ ଶୃଙ୍ଖଳ ଅନୁଷ୍ଟିତ ହୋଇଥିଲା।ପିଲାମାନଙ୍କ ମାଧ୍ୟମରେ ଅଞ୍ଚଳବାସୀ ଅବଗତ କରାଗଲା। ଅନୁରୋଧ ଏଥିରେ ସହଭାଗିତା ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁରୋଧ।