Hot Posts

6/recent/ticker-posts

ବେଗୁନିଆରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳିତ

ବେଗୁନିଆ, ୦୨/୧୦ (ମାନସ ରଞ୍ଜନ କର) : ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ୍‌ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଏନ୍‌ସିସି ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ ଓ ଆଶା ମୁର୍ମୁଙ୍କ ପରିଚାଳନାରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ଏଥିରେ ଅଭିମନ୍ୟୁ କର ପ୍ରଥମ, ସ୍ମୃତି ରଞ୍ଜନ ପଣ୍ଡା ଦ୍ୱିତୀୟ ଓ ଶ୍ରଦ୍ଧାଞ୍ଜଳି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁ ଓ ଜ୍ଞାନ ରଞ୍ଜନ ମହାଳିକଙ୍କ ପରିଚାଳନାରେ କନିଷ୍ଠ ବିଭାଗରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଷଷ୍ଠ ଶ୍ରେଣୀର ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି ଶିକ୍ଷୟିତ୍ରୀ ରିସ୍ମାରଶ୍ମି ପାଇକରାୟ ଓ ସୁନିତା ପୃଷ୍ଟି ଏନ୍‌ସିସି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ପ୍ରଦୀପ ବେହେରା ପ୍ରଥମ, ସାଇ ଅଂଶୁମାନ ସାହୁ ଦ୍ୱିତୀୟ ଓ ଦିବ୍ୟଜ୍ୟୋତି ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ। ଆୟୋଜିତ ସଭାରେ ସୁନାମଧନ୍ୟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ବେଗୁନିଆ ଗ୍ରାମ୍ୟ କମିଟିର ଅଧ୍ୟକ୍ଷ ମାୟାଧର ମାର୍ଥା ମୁଖ୍ୟବକ୍ତା ଏବଂ ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଉପାଧ୍ୟକ୍ଷ ଭବାନୀ ଶଙ୍କର ଜୟସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରିବା ପରେ ସୌମ୍ୟରଞ୍ଜନ ସାହୁ ଓ ଏନ୍‌ସିସି ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ରାଲିରେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ସାହୁ, ସନ୍ତୋଷ ଗୁମାନସିଂ, ବିଶ୍ୱରଂଜନ ପରିଡ଼ା ଏବଂ ଶିକ୍ଷକ ଶ୍ରୀକାନ୍ତ କୁମାର ପଣ୍ଡା ସହଯୋଗ କରିଥିଲେ।