ରାଜ୍ୟ ସରକାର ପକ୍ଷ ରୁ ୭ ଜଣ ଆଇ ଏ ଏସ ଅଧିକାରୀଙ୍କ ଅଦଳ ବଦଳ, ନୂଆପଡ଼ା ନୂତନ ଜିଲ୍ଲାପାଳ ଭାବରେ ମଧୁସ୍ମିତା ଙ୍କୁ ବଦଳି
ନୂଆପଡ଼ା, ୦୭/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବରେ ୨୦୨୦ ଆଇ ଏ ଏସ ମଧୁସ୍ମିତା ଙ୍କୁ ନିଯୁକ୍ତି ହୋଇଅଛି, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଅତିରିକ୍ତ ସଚିବ ଜିଏ, ପିଜି ବିଭାଗଙ୍କୁ ବଦଳି ହୋଇଅଛି। ଅନ୍ୟ ଦାସ ଉପ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରୁ ନବରଙ୍ଗପୁର ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ଙ୍କୁ ଅତିରିକ୍ତ ସଚିବ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାଳୟ କୁ ବଦଳି ହୋଇଅଛି।