Hot Posts

6/recent/ticker-posts

ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ଲଇକେରା, ୦୬/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଶ୍ରେଣୀ ଗୃହ ସକାଶେ ୧୫ ଲକ୍ଷ ଟଙ୍କାର ଅଟକଳ ବ୍ୟୟରେ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ।ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ଅବିନାଶ ଲାକ୍ରା,ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ପଟେଲ, ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ତେଜରାଜ ମହାନନ୍ଦିଆ, ସମ୍ପାଦକ ଲୋଚନ ବେହେରା, ବିଜେପି ମଣ୍ଡଳ ସଭାପତି ଉଦ୍ଧବ ସିଂହ ନାଏକ, ଝସକେତନ ପ୍ରଧାନ, ସନ୍ଦିପ କୁମାର ପଟେଲ ଉପସ୍ଥିତ ଥିଲେ ।ସେହିପରି ଭାବରେ ଗୈାଡ ପାନପାଲି ପଞ୍ଚାୟତ କାଦୋବାହାଲ ଗ୍ରାମ ଖେଳ ପଡିଆରେ ୪ଲକ୍ଷ ଅଟକଳ ବ୍ୟୟରେ ଛାତ୍ର ଯୁକ୍ତ ମଞ୍ଚ ପାଇଁ ଶିଳାନ୍ଯାସ କରିଥିଲେ ଝାରସୁଗୂଡା ବିଧାୟକ ତ୍ରିପାଠୀ ‌।