Hot Posts

6/recent/ticker-posts

କିର୍ମିରା ବିଜେଡିର ନୂଆଁଖାଇ ଭେଟଘାଟ, ଶତାଧିକ ଯୁବକର୍ମୀ ବିଜେଡିରେ ସାମିଲ

ଲଇକେରା, ୦୨/୧୦ ( ନବଦୂତ ) : ବିଜୁ ଜନତା ଦଳ କିର୍ମିରା ବ୍ଳକ ପକ୍ଷରୁ ଭେଟଘାଟ ସହ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ‌ଚୁଡାମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ, ବରଗଡ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଝାରସୁଗୁଡା ପୂର୍ବତନ ବିଧିୟିକା ସୁଶ୍ରୀ ଦିପାଳୀ ଦାସ ମୂଖ୍ୟଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇ ଜୁହାର କରିବା ସହିତ ପର୍ବର ମହାନତା, ସଂସ୍କୃତି ପରମ୍ପରା, ଏକତା ବିଷୟରେ ନିଜ ନିଜ ମତ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ମହତ୍ୱ କାର୍ଯ୍ୟ,  ସମାଜସେବା ପାଇଁ ବ୍ୟକ୍ତି ବିଶେଷଙ୍କୁ ଉପଢୈାକକନ ପ୍ରଦାନ କରି ଅତିଥିମାନେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ତୁଳାବତୀ ମିଞ୍ଜ୍, ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ପୂର୍ଵତନ ସଭାପତି ରବି ସିଂହ, ଜିଲ୍ଲା ବିଜେଡି ନେତ୍ରୀ ସପ୍ନାମୟୀ ପଟେଲ, ଜିଲ୍ଲା ଯୁବ ବିଜେଡି ସଭାପତି ରବିନ ପାଣ୍ଡେ, କୃଷକ ନେତା ଜଗନ୍ନାଥ ଜେନା,  କିର୍ମିରା ଜିଲ୍ଲା ପରିଷଦ ସଭ୍ଯା ରୀତା ବାଗ, ସରପଞ୍ଚ ତପି ମରେଇ, ରାଧାରାଣୀ ସା, ବୀଣାପାଣି ପୋଢ, ସମିତି ସଭ୍ୟା ବାସନ୍ତୀ ଧୁରୁଆ, ଲଇକେରା ବ୍ଳକ ଅଧ୍ୟକ୍ଷ ସଞ୍ଜିବ କୁମାର ନାଏକ, କୋଲାବିରା ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ସମିତିସଭ୍ୟ ନୃପଲାଲ ବାରିକ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମକୁ ବିଜେଡି ଯୁବ ନେତା ମଳୟ ସାହୁ ପରିଚାଳନା କରିଥିବାବେଳେ ତପନ ସା, ସରୋଜ ନାୟକ, ପ୍ରେମା ବେସନ, ସୁରେନ୍ଦ୍ର ବଖରା, ସିର୍ଦ୍ଧାଥ ଖର୍ସେଲ, ସୁରେଶ ମାଝୀ, ଗୋପାଲ କରାଲ କରିଥିଲେ ‌। ଶେଷରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବିଜେପି, କଂଗ୍ରେସ ଦଳର ଶତାଧିକ କର୍ମୀ ଓ କିର୍ମିରା ପଞ୍ଚାୟତର ନାଏବ ସରପଞ୍ଚ ବିଜେଡି ଦଳରେ ଯୋଗଦେବାରୁ ଅତିଥିମାନେ ବିଜେଡି ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଓ ଶେଷରେ ଯୁବନେତା ମାନସ ସାହୁ ଧନ୍ୟବାଦ ଦେଇଥିଲେ ।