Hot Posts

6/recent/ticker-posts

ଜୟପୁରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ, ୪୮ ଅନୁଷ୍ଠାନକୁ ସମ୍ମାନିତ କଲା ରକ୍ତଭଣ୍ଡାର

ଜୟପୁର, ୦୨/୧୦ ( ଏ. ଭେଙ୍କଟ ରାଓ ) : ଜାତୀୟ ସ୍ଵେଛାକୃତ ରକ୍ତଦାନ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟ ସ୍ଥାନ ଜୟପୁରରେ ଆଜି ପାଳିତ ହୋଇଯାଇଛି।ପ୍ରଥମେ Anm, Gnm , ନରର୍ସିଙ୍ଗ, Pharmacy ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ପଦଯାତ୍ରା ଜିଲ୍ଲା ଚିକିତ୍ସାଳୟର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହାକୁ ରକ୍ତଭଣ୍ଡାର ଅଧିକାରୀ ଡ.ସୂର୍ଯ୍ୟ ଶେଖର ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ରକ୍ତଭଣ୍ଡାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରେ ପରେ ସମସ୍ତ ରକ୍ତଦାତା, ପ୍ରବର୍ତ୍ତକ, ବିଭିନ୍ନ ଅନୁଷ୍ଠାନ, ନରର୍ସିଙ୍ଗ , pharmacy ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଡ. ଦୁର୍ଗା ପାତ୍ର, ଡ. ସୂର୍ଯ୍ୟ . ଶେଖର ମିଶ୍ର , ଡ. ରୀତିକ ପାଢ଼ୀ, ଲକ୍ଷ୍ମୀ କାନ୍ତ ଗାଇନି, ଅଭୟ ପଣ୍ଡା ଏବଂ ରକ୍ତଭଣ୍ଡାରର ଅନ୍ୟାନ୍ୟ କର୍ମକର୍ତ୍ତା, ସ୍ବେଛାସେବୀଙ୍କ ଉପସ୍ଥିତିରେ ୪୮ ଟି ଅନୁଷ୍ଠାନକୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜୟପୁର ପୌରପାଳିକାର ନଗରପାଳ ଶ୍ରୀଯୁକ୍ତ ନରେନ୍ଦ୍ର ମହାନ୍ତି ଯୋଗ ଦେଇ, ଜୟପୁର ପାଇଁ blood donation van ଯୋଗାଇ ଦେବା,ରକ୍ତ କିଭଳି ସମସ୍ତଙ୍କୁ ମିଳିପାରିବ ସେଥିପାଇଁ ସମସ୍ତଙ୍କ ସାହାଯ୍ୟ,ତଥା ସମସ୍ତେ ମିଳିମିଶି ରକ୍ତ ଅଭାବକୁ ଦୂରେଇ ଦେବା ପାଇଁ କାମ କରିବା ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସିଧିକାରୀ ତଥା ଶିଶୁରୋଗ ବିଶେଷଜ୍ଞ ଡ. ଦୁର୍ଗାପତ୍ର ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ରକ୍ତର ଆବଶ୍ୟକତା ଏବଂ ସ୍ବେଛାସେବୀଙ୍କ କାର୍ଯ୍ୟକୁ ସାଧୁବାଦ ତଥା ଧନ୍ୟବାଦ ଜଣେଇବା ସହ ଏଭଳି ସାଧୁ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ । ୫୭ ଥର O - ରକ୍ତଦାତା ତୁଳସୀ ନାୟକଙ୍କୁ ବହୁ ପ୍ରଶଂସା କରିଥିଲେ।ଏହି ସଭାଟି ରକ୍ତଦାନ ଅଧିକାରୀ ଶ୍ରୀ ସୂର୍ଯ୍ୟ ଶେଖର ମିଶ୍ରଙ୍କ ପୌରାହିତରେ ହୋଇ ଥିଲା। ସମ୍ମାନୀତ ପର୍ବ ପରେ ମେଡିକାଲ ମ୍ୟାନେଜେର ଶ୍ରୀମତୀ ରୂପଶ୍ରୀ ମଧୁମିତା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।