ସାର୍ଥାରେ କାନ୍ଥ ଭୁଶୁଡି ଜେଜେମା ଓ ନାତୁଣୀ ଗୁରୁତର l
ବାଲେଶ୍ୱର , ୨୮/୦୯ ( ପ୍ରଭାକର ମଲ୍ଲିକ ) : ଜଳକା ଓ ବୁଢ଼ା ବଳଙ୍ଗ ଉଭୟ ନଦୀରେ ବନ୍ୟା ହୋଇ ବସ୍ତା ଏବଂ ସଦର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା ଧିରେ ଧିରେ ଛାଡୁଥିବା ବେଳେ ସମୁଦ୍ର ଜୁଆରିଆ ଯୋଗୁଁ ପାଣି ଟାଣୁ ନଥିବାରୁ ବିଭିନ୍ନ ପଞ୍ଚାୟତ ଆଜି ବି ଜଳ ଘେର ମଧ୍ୟରେ ରହିଛି। ଏହା ଫଳରେ ସଦର ବ୍ଲକର ସାର୍ଥ। ପଞ୍ଚାୟତର କୈବର୍ତ୍ତ ସାହିରେ ନରେନ୍ଦ୍ର ବେହେରାଙ୍କ ଘର କାନ୍ଥ ଭୁଶୁଡି ତାଙ୍କ ସ୍ତ୍ରୀ ୫୯ ବର୍ଷୀୟ। ଜୟନ୍ତୀ ବେହେରା ଓ ନାତୁଣୀ ତଥା କମଳା କାନ୍ତ ବେହେରାଙ୍କ ୯ ବର୍ଷୀୟା ଝିଅ ପ୍ରିୟାଂସୀ ବେହେରା ଶୋଇଥିବା ଅବସ୍ଥାରେ ସେମାନଙ୍କ ଉପରେ ପଡି ଯାଇଥିଲା। ସେମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ପରିବାର ଏବେ ଉଦବେଗଜନକ ଅବସ୍ଥାରେ ରହିଛନ୍ତି।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l