ଚକାପାଦ, ୨୮/୦୯ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଶଙ୍କରାଖୋଲ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ମୋ ଭବିଷ୍ୟତ ମୋ ହାତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ମାଟିର ଗର୍ବ କଲିକତା ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଭବିଷ୍ୟତ ନିଜ ହାତରେ ରହିଛି କେବେଳ ତାକୁ ଠିକ ଭାବରେ ପରିଚାଳନା କରିବାର ଦାଇତ୍ଵ ରହିଛି ବୋଲି କହିଥିଲେ। ଉପଯୁକ୍ତ କ୍ୟାରିଅର ଚୟନ କରି ନିଜର ଭବିଷ୍ୟତ କୁ ଏବେଠାରୁ ସୁଦୃଢ କରିବାର ଆବଶ୍ୟକତା ସଫଳତାର ଚାବିକାଠି ଏବଂ ନିଷ୍ଠା , ଶୃଙ୍ଖଳା ଓ ନିରନ୍ତର ପାଠପଢିଲେ ନିଜର ଭବିଷ୍ୟତକୁ ସୁଦୃଢ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ରାଇକିଆ ସୁଧାକିରଣ କଲେଜର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି , ଜୀବନ ଜ୍ୟୋତି କଲେଜର ଅଧ୍ୟାପକ ଡଃ ସନ୍ତୋଷ କୁମାର ନାୟକ ଏବଂ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଚିଦାନନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସୁଦୃଢ ଭବିଷ୍ୟତ କୁ ନେଇ ଆଲୋଚନା କରିଥିଲେ । ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶିବରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରି ଉପସ୍ତିତ ରହି ସହଯୋଗ କରିଥିଲେ ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
