Hot Posts

6/recent/ticker-posts

ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, ୨୧/୦୯ ( ଜଗଦିଶ ମେହେର ) : ଆସନ୍ତା ଅକ୍ଟୋବର ୦୧ ତାରିଖରେ ପାଳନ ହେବାକୁ ଥିବା 'ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ'ର ସଫଳ ସମ୍ପାଦନ ନିମନ୍ତେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୋନପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ ବ୍ଲକର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବରିଷ୍ଠ ନାଗରିକ ସଂଘର ସଭାପତି, ସମ୍ପାଦକ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ବୈଠକର ନିଷ୍ପତ୍ତି ଅନୁସାରେ, ଆସନ୍ତା ଅକ୍ଟୋବର ୧ ତାରିଖରେ ଜିଲ୍ଲା ତଥା ବ୍ଲକ ସ୍ତରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ବ୍ୟାପକ ଭାବେ ପାଳନ କରାଯିବ। ଏହି ଅବସରରେ ଯୋଗ ଶିବିର, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଜିଲ୍ଲାର ପ୍ରମୁଖ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଛି। ସଭା ଶେଷରେ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।