Hot Posts

6/recent/ticker-posts

ମାଲିକଙ୍କ ଟ୍ରକରୁ ୪୦୦ ବସ୍ତା ଚାଉଳ ଚୋରି ଅଭିଯୋଗ,ନର୍ଲା ପୁଲିସ ଦ୍ବାରା ଗିରଫ I ଡ୍ରାଇଭର ହେଲା କୋର୍ଟ ଚାଲାଣ I

କଳାହାଣ୍ଡି, ୧୨/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ନର୍ଲା ଥାନା ଇଲାକା ଛାତିଗୁଡା ଛକରୁ ଏକ ଚାଉଳ ଟ୍ରକ ଜବତ କରିଛନ୍ତି I ଏହି ଟ୍ରକ ଛତିଶଗଡ଼ର ମହାସମୁନ୍ଦର ଜିଲ୍ଲାର ଏକ ରାଇସ୍ ମିଲ୍‌ରୁ ୮୦୦ ବସ୍ତା ଚାଉଳ ନେଇ ବିଶାଖାପାଟଣା ଅଭିମୁଖେ ଯାଉଥିଲା ଏକ ଟ୍ରକ୍ । ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ଛତିକୁଡ଼ା ଛକ ନିକଟରେ ଟ୍ରକ୍‌ଟିକୁ ଛାଡ଼ି କରି ଡ୍ରାଇଭର ଫେରାର ହୋଇଯାଇଥିଲା I ଖବର ପାଇ ମିଲ୍ ମାଲିକ ସୁନୀଲ ପଟେଲ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ରେ ଯାଞ୍ଚ କରିବା ପରେ ୪୦୦ ବସ୍ତା ଚାଉଳ କମ ଥିବା ଜାଣିପାରିଥିଲେ । ଏନେଇ ସେ ନର୍ଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନର୍ଲା ପୁଲିସ ତଦନ୍ତ କରି ଡ୍ରାଇଭର ରାଜେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରିଥିଲା । ପୁଲିସର ପଚରାଉଚରା ବେଳେ ସେ ନୂଆପଡ଼ା ଜିଲ୍ଲା ଦଲଦଲି ଗାଁର ଏକ ରାଇସ୍ ମିଲ୍‌ରେ ୪୦୦ ବସ୍ତା ଚାଉଳ ବିକ୍ରି କରିଥିବା ସ୍ୱୀକାର କରିଥିବା ସୂଚନା ମିଳିଛି । ଚାଉଳ କିଣିଥିବା ମିଲ୍ ମାଲିକ ଏବେ ଫେରାର ଥିବା ବେଳେ, ଗିରଫ ଡ୍ରାଇଭରଙ୍କୁ ଆଜି ଶନିବାର ଅପରାହ୍ନ ୩ ଘଣ୍ଟା ସମୟରେ କୋର୍ଟ ଚାଲାଣ କରି ନର୍ଲା ଥାନା ପୁଲିସ ପକ୍ଷରୁ ଘଟଣାକୁ ପୁଙ୍ଖାନୁ-ପୁଙ୍ଖ ଭାବେ ଅଧିକ ତଦନ୍ତ କରାଯାଉଛି ।



କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ