Hot Posts

6/recent/ticker-posts

ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା ନୂତନ କମିଟି କର୍ମକର୍ତ୍ତା ମନୋନୀତ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କୋକସରା, ୧୨/୦୯ ( ରିତେଶ କୁମାର ମୁଣ୍ଡ ) : କୋକସରା ବ୍ଲକ ର ଲଡୁଗାଁ ସହର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାରଦୀୟ ସାର୍ବଜନୀନ ଦୁର୍ଗା ପୂଜା ପାଳନ ନେଇ କମିଟି ର ଉପ ସଭାପତି ମୋହନ ଚରଣ ଦାସ ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଶିତଲା ମାତା ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ କରାଯାଇଛି। ଏହି ବୈଠକରେ ଗତବର୍ଷ ଦୁର୍ଗା ପୂଜା ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିବା ସହ ଗ୍ରାମବାସୀ ଙ୍କ ସର୍ଵ ସମ୍ମତ୍ତି ରେ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ଚଳିତ ବର୍ଷ ପୂଜା କମିଟି ର ସଭାପତି ଭାବେ ଦୁର୍ଗା ପ୍ରସାଦ ଅଗ୍ରୱାଲ, ଉପ ସଭାପତି ଭାବେ ମୋହନ ଚରଣ ଦାସ, ପ୍ରହଲ୍ଲାଦ ଠାକୁର, ସମ୍ପାଦକ ଭାବେ ପୂର୍ବତନ ସରପଞ୍ଚ କଂହେଇ ଚରଣ ଦାସ, କୋଷାଧ୍ୟକ୍ଷ ମୁକେଶ ଅଗ୍ରୱାଲ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦକ ଜିତେନ୍ଦ୍ର କୁମାର ମାଝୀ, ଉପଦେଷ୍ଟା ଭାବେ ଗାଁ ଗୌନ୍ତିଆ ମଦନ ସିଂ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଗୁଣନିଧି ବାଗ,ଗରୁଡ଼ ବାଗ, ପୂଜା କମିଟି ର ସଦସ୍ୟ ଭାବେ ପଙ୍କଜ ମୁଖ ଚୌଧୁରୀ,ପବନ ଅଗ୍ରୱାଲ, ରବି ନାରାୟଣ ଦାସ,ଶ୍ରୀମନ୍ତ ପାଢ଼ୀ ଙ୍କୁ ସର୍ଵ ସମ୍ମତ୍ତି କ୍ରମେ ମନୋନୀତ କରାଯାଇଛି। ପୂଜାକର୍ତ୍ତା ଭାବେ ରାଜେଶ କୁମାର ଅଗ୍ରୱାଲ ମନୀଷା ଅଗ୍ରୱାଲ ସପତ୍ନୀକ ପୂଜାକାର୍ଯ୍ୟ ତୁଲାଇବେ। ମୁଖ୍ୟ ପୂଜକ ଶ୍ରୀ ଗୋପାଳ ଜି ଠାକୁର ପୂଜାବିଧି ତୁଲାଇବେ। ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା କୁ ମହା ଆଡମ୍ବରରେ ପାଳନ କରିବାକୁ ମନୋନୀତ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।