Hot Posts

6/recent/ticker-posts

କଳାହାଣ୍ଡି ଗସ୍ତରେ ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ କୈଶବ ବିହାରୀ, ଭବାନୀପାଟଣାରେ ଭବ୍ୟ ସମ୍ବର୍ଦ୍ଧନା

ଭବାନୀପାଟଣା, ୧୨/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ତଥା ଭାରତ ସରକାରଙ୍କ ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରି ନୂଆଦିଲ୍ଲୀରୁ ଫେରିବା ପରେ ମାନ୍ୟବର ଶ୍ରୀଯୁକ୍ତ କୈଶବ ବିହାରୀ ଆଜି ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ଭବାନୀପାଟଣା ଟାଉନ୍ ହଲ୍‌ଠାରେ କଳାହାଣ୍ଡି ଜିଲ୍ଲା ନାଗରିକ ମଞ୍ଚ ପକ୍ଷରୁ ଏକ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଜିଲ୍ଲାର ବିଶିଷ୍ଟ ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ ଓ ବିଭିନ୍ନ ବର୍ଗର ନାଗରିକମାନେ ଉପସ୍ଥିତ ରହି ଶ୍ରୀ ବିହାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ସମାଜସେବୀ ଶ୍ରୀ ବିଷ୍ଣୁ ନାଏକଙ୍କ ନେତୃତ୍ୱରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସମାଜସେବୀ ଶ୍ରୀ ଯୁଗଳ କିଶୋର ପୋଡ଼ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ, ଭାରତ ସରକାରଙ୍କ ଉପାଧ୍ୟକ୍ଷ ମାନ୍ୟବର ଶ୍ରୀ କୈଶବ ବିହାରୀ ଯୋଗଦେଇଥିଲେ। ଏଥିସହ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଶ୍ରୀ ଭବେନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବୀ ଶ୍ରୀ ଜୟଶଙ୍କର ନାୟକ, ସମାଜସେବୀ ଶ୍ରୀ ଲୋକନାଥ ଦୁର୍ଗା, ଶ୍ରୀ ହିମାଂଶୁ ପଣ୍ଡା, ଶ୍ରୀ ସତ୍ୟ ହେହେରା, ଶ୍ରୀମତୀ କାଞ୍ଚନ ବାଗ, ସମାଜସେବୀ ନିରଞ୍ଜନ ଛତ୍ରିଆ ସମାଜ ସେବୀ ଶ୍ରୀ କେଶରୀ ଦୁର୍ଗା, ରବୀନ୍ଦ୍ର ଛତ୍ରିଆ, ଶଙ୍କର ନେନାପତି ଏବଂ ବିଶିଷ୍ଟ ସମାଜସେବୀ ତଥା କବି ଡକ୍ଟର ଭବାନୀ ଶଙ୍କର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବହୁ ସଂଖ୍ୟକ ନାଗରିକ, ସମାଜସେବୀ, ବୁଦ୍ଧିଜୀବୀ ଭାଇ ଓ ଭଉଣୀମାନେ ଯୋଗଦେଇ ମାନ୍ୟବର ଉପାଧ୍ୟକ୍ଷ ଶ୍ରୀ କୈଶବ ବିହାରୀଙ୍କୁ ହାର୍ଦ୍ଧିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। କଳାହାଣ୍ଡି ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ଶ୍ରୀ କୈଶବ ବିହାରୀ ଜାତୀୟ ସ୍ତରରେ ନୂତନ ଦାୟିତ୍ୱ ପାଇବା ଜିଲ୍ଲାବାସୀଙ୍କ ପାଇଁ ଗୌରବର ବିଷୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।




କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପକ୍ଷଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ