Hot Posts

6/recent/ticker-posts

ବୁଗୁଡ଼ାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ବୁଗୁଡ଼ା, ୩୦/୦୯ (ଡ.କୁମୁଦ ଚନ୍ଦ୍ର ବେହେରା) : ବୁଗୁଡ଼ା ପୁରୁଣା ସମ୍ମିଳନୀ କକ୍ଷରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ବ୍ଲକ ପକ୍ଷରୁ ଆୟୋଜିତ ଏହି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ପଦାରବିନ୍ଦ ଷଡ଼ଙ୍ଗୀ, ଫାର୍ମାସିଷ୍ଟ ଅଫିସର ଶିବରାମ ଜେନା ଓ ନର୍ସିଂ ଅଫିସର ହିମାଂଶୁ ଶେଖର ସାମଲ ଉପସ୍ଥିତ ରହି ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରୋଗୀମାନଙ୍କର ରକ୍ତ ପରୀକ୍ଷା, ମଧୁମେହ ପରୀକ୍ଷା ଓ ରକ୍ତଚାପ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଆବଶ୍ୟକତା ଅନୁଯାୟୀ ରୋଗୀମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଡାକ୍ତର ପଦାରବିନ୍ଦ ଷଡ଼ଙ୍ଗୀ ‘ସ୍ୱଚ୍ଛତା ହିଁ ସେବା’ର ଗୁରୁତ୍ୱ ଏବଂ ସ୍ୱଚ୍ଛତା ସହିତ ସୁସ୍ଥ ଜୀବନ ଯାପନର ଆବଶ୍ୟକତା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ବ୍ଲକ୍‌ କର୍ମଚାରୀମାନେ ଏହି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହ ରୋଗୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ନେଇଥିଲେ।