Hot Posts

6/recent/ticker-posts

ଐତିହ୍ୟ ପିଏମଶ୍ରୀ ଏଜେଓ ହାଇସ୍କୁଲର ଏରିଆ ସୁରକ୍ଷିତ ଓ ବିକାଶ ପାଇଁ ବୈଠକରେ ନିଷ୍ପତ୍ତି।

ଫୁଲବାଣୀ, ୨୭/୦୯ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲାର ବହୁ ପୁରାତନ ପିଏମଶ୍ରୀ ଏଜେଓ ଉଚ୍ଚ ବିଦ୍ୟାଳୟ ସରକାରଙ୍କ ଐତିହ୍ୟ ବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି। ବିଦ୍ୟାଳୟରେ ଆଠଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସ୍ଥାନ ଅଭାବରୁ ଚଳିତ ବର୍ଷ କେତେ ପିଲାଙ୍କ ନାମ ଲେଖା ହୋଇ ପାରିନାହିଁ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ପାୟଲ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶହେ ବର୍ଷରୁ ଅଧିକ ଏଜେଓ ବିଦ୍ୟାଳୟ ନାମରେ ଦଖଲରେ ଥିବା ସମସ୍ତ ଜମିର ପଟା କରିବାକୁ ତହସିଲଦାରଙ୍କୁ ଅନୁରୋଧ କରିବାକୁ ସ୍ଥିର କରାଯାଇଛି। ପ୍ରତି ବିଦ୍ୟାଳୟର ଜମି ବିଦ୍ୟାଳୟ ନାମରେ କରିବାକୁ ଗତ ଚାରି ବର୍ଷ ତଳେ ସରକାର ନିର୍ଦେଶ ଦେଇଥିବା ବେଳେ ଏଜେଓ ଉଚ୍ଚ ବିଦ୍ୟାଳୟ ନାମରେ ହାଇସ୍କୁଲ ଖେଳପଡିଆ, ତେଟାସାହିର ସ୍କୁଲ ଏରିଆ ଓ ହଷ୍ଟେଲର ପଟ୍ଟା ଏ ପର୍ଯ୍ୟନ୍ତ କରାଯାଇନାହିଁ। ହଜାର ହଜର କୃତି ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ପଦ ପଦବୀରେ ରହି ବେଶ ସୁନାମ ଅର୍ଜନ କରିଛନ୍ତି। ବହୁ ଛାତ୍ରଛାତ୍ରୀ ଆଇଏଏସ, ଓଏଏସ ପଦବୀରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଏଯାଏ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଆଶାନୁରୁପ ପଦକ୍ଷେପ ନିଆଯାଇ ନାହିଁ। ଉକ୍ତ ତେଟାସାହିର ବିଦ୍ୟାଳୟ ଜାଗାରେ ଐତିହ୍ୟ ବିଦ୍ୟାଳୟର ଚାରି କୋଟି ଟଙ୍କାର ଅଡିଟେରିୟମ ଓ ଲାବୋରେଟାରି, ଶ୍ରେଣୀଗୣହ ନିର୍ମାଣ ପାଇଁ ଜିଲାପାଳଙ୍କ ଅନୁମୋଦନ ହୋଇସାରିଛି। ଏହା ଏକ ସର୍ବ ପୁରାତନ ବିଦ୍ୟାଳୟ ହୋଇଥିବାରୁ ଆବଶ୍ୟକତାକୁ ଦୣଷ୍ଟିରେ ରଖି ଏଠାରେ ଏକ ଯୁକ୍ତ ଦୁଇ କଲେଜ କରିବାକୁ ମିଳିତ ନାଗରିକ କମିଟି ଓ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ପାଠ ସହିତ ଖେଳ ପିଲାଙ୍କର ଏକ ଭିନ୍ନ ଅଙ୍ଗ। ଏଠାରୁ ଖେଳି ଦୌଡରାଣୀ ଶ୍ରାବଣୀନନ୍ଦ ଆଜି ଆନ୍ତର୍ଜାତୀୟ ସ୍ତରରେ ବିଦ୍ୟାଳୟ ପାଇଁ ଏହି ପଡିଆରୁ ଖେଳ ଆରମ୍ଭ କରି ସୁନାମ ଆଣି ଦେଇଛି। ତେଣୁ ଏହି ଖେଳ ପଡିଆରୁ ତୁରନ୍ତ ମାଛ ବିକାଳୀଙ୍କୁ ବାହାର କରି ଏହି ପଡିଆକୁ ବିଦ୍ୟାଳୟ ନାମରେ ପଟ୍ଟା କରିବାକୁ ଆଲୁମୁନି କମିଟିର ସଦସ୍ୟମାନେ ଦାବୀ କରିଛନ୍ତି। ପିଏଶ୍ରୀ ଏଜେଓ ବିଦ୍ୟାଳୟର ବିକାଶ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଓ ଖେଳର ବିକାଶ ପାଇଁ ଖେଲୋ ଇଣ୍ଡିଆ ପକ୍ଷରୁ ଯୋଜନା ଆହ୍ୱାନ କରାଯାଇଛି।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ