Hot Posts

6/recent/ticker-posts

୧୩ତମ ଜିଲ୍ଲାସ୍ତରୀୟ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ

ସୁବର୍ଣ୍ଣପୁର, ୧୧/୦୯ ( ଜଗଦିଶ ମେହେର ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ଅଭ୍ୟନ୍ତରୀଣ ବ୍ୟାଡମିଣ୍ଟନ ଷ୍ଟାଡିୟମରେ ୧୩ତମ ଜିଲ୍ଲାସ୍ତରୀୟ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ପ୍ରତିଯୋଗୀମାନଙ୍କର ମନୋବଳ ବଢ଼ାଇଥିଲେ। ଯୋଗ, ଟାଇକାଣ୍ଡୋ, ବ୍ୟାଡମିଣ୍ଟନ, ସନ୍ତରଣ, ଥାଙ୍ଗ୍-ଟା ଏବଂ ବକ୍ସିଂ ପ୍ରତିଯୋଗିତାରେ ମୋଟ ୧୬୦ ଜଣ ୧୪ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ଆସି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସଭାରେ ମଞ୍ଚାସୀନ ଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ଅମ୍ଲାନ କୁମାର ପାଣ୍ଡିଆ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ୱନାଥ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉଲୁଣ୍ଡା ଅଜୟ ଲୁହା, ଗୋଷ୍ଠୀ ଶିକ୍ଷା ଅଧିକାରୀ, ବୀରମହାରାଜପୁର ଅଭିଷେକ କୁମାର ଭୋଇ ଏବଂ ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଓ ପ୍ରତିଯୋଗୀମାନଙ୍କର ଅଭିଭାବକମାନେ ଉପସ୍ଥିତ ଥିଲେ।