ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡି ବ୍ୟବହାର କରୁଛନ୍ତି ଡେପୁଟି ମେୟର !
କଟକ, ୧୧/୦୯ ( କାହୁଁ ଚରଣ ବାରିକ ) : ଗାଡି ତେଲ, ଭଡାବାବଦରେ ମାସକୁ ଖର୍ଚ୍ଚ ହେଉଛି ୪୪ହଜାର ଟଙ୍କା ।କଟକ ମହାନଗର ନିଗମରେ ଡେପୁଟି ମେୟର ଦମୟନ୍ତୀ ମାଝି ୨୦୨୨ଅପ୍ରେଲ ମାସ ଠାରୁ ସରକାରୀ ଗାଡି ନଂ-ଓଡି୦୫ ବିଏ ୫୯୧୧ ମାରୁତି ଡିଜାୟାର ଗାଡି ବ୍ୟବହାର କରୁଥିବା ବେଳେ ଜନସାଧାରଣଙ୍କ ଟିକସ୍ ଅର୍ଥରୁ ମାସିକ ଗାଡି ଭଡାବାବଦରେ ୨୪ ହଜାର ଟଙ୍କା ଓ ୨୦୦ଲିଟର ପେଟ୍ରୋଲ ଅର୍ଥାତ ମୋଟ ୪୪ହଜାର ଟଙ୍କା ବ୍ୟୟ ହେଉଥିଲା କିନ୍ତୁ ଏହାକୁ ଡେପୁଟି ମେୟର ଦମୟନ୍ତୀ ମାଝୀ ସରକାରୀ ଛୁଟି ଦିବସ ଓ ନିଜ ବ୍ୟକ୍ତିଗତ, ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବା ସହ କେଏମସିର କେଉଁ କେଉଁ କାର୍ଯ୍ୟରେ ବ୍ୟବହାର ହେଉଥିଲା ଏନେଇ ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁ ଡେପୁଟି ମେୟରଙ୍କ ସରକାରୀ ଗାଡି ସଂପର୍କିତ ତଥ୍ୟ ୨୦୨୬ଜାନୁୟାରୀ ୧ତାରିଖରେ ସୂଚନାଅଧିକାର ଆଇନରେ କେଏମସିକୁ ମାଗିଥିଲେ। ଏହି ତଥ ପାଇଁ କେଏମସିର ଜନସୂଚନା ଅଧିକାରୀ ୩୦୦ପୃଷ୍ଠା ତଥ ବାବଦରେ ୬ଶହ ଟଙ୍କା ଦାଖଲ କରିବା ପାଇଁ ଚିଠି କରିଥିଲେ।ଏହି ତଥ୍ୟ ଯାହା ମାଗିଥିଲେ ତାହା ସଠିକ ଓ ଜନସୂଚନା ଅଧିକାରୀ ଦସ୍ତଖତ କରିଛନ୍ତି କି ନାହିଁ ସୂଚନା ଅଧିକାର ଆଇନ ଧାରା ୨(ଞ) ରେ ସମସ୍ତ ତଥ୍ୟ ନୀରିକ୍ଷଣ କରି ଅର୍ଥ ଦାଖଲ କରି ନେବାପାଇଁ ୨୦୨୬ ଫେବୃୟାରୀ ୭ତାରିଖରେ ପ୍ରଥମ ଅପିଲ କରିଥିଲେ। ଫେବୃୟାରୀ ୨୦ତାରିଖରେ ପ୍ରଥମ ଅପିଲ ଶୁଣାଣୀ ସମୟରେ କୌଣସି ତଥ୍ୟ ନଥାଇ ଅର୍ଥ ଦାଖଲ କରିବା ପାଇଁ ଚିଠି କରିଥିଲେ କି ଯାହାଦ୍ୱାରା ତଥ୍ୟ ଦେବାକୁ ଜନସୂଚନା ଅଧିକାରୀ ତଥ୍ୟ ଦେବାକୁ ଅସମର୍ଥ ଥିଲେ ଓ ଶୁଣାଣୀରେ ନିଷ୍ପତ୍ତି ହେଲା କି ସଂପୂର୍ଣ୍ଣ ତଥ୍ୟ ନିଃଶୁଳ୍କ ଦିଆଯାଉ ।ଶୁଣାଣୀରେ ଯାହା ନିଷ୍ପତ୍ତି ହୋଇଥିଲା କିନ୍ତୁ ଅର୍ଥ ଦାଖଲ କରିବା ପରେ ତଥ୍ୟ ଦିଆଯିବ ବୋଲି ବିଭାଗ ଚିଠିନଂ-୩୧୦୮/ତା-୧୨.୦୩.୨୬ରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଜଣାଇଥିଲେ।ଏହି ତଥ୍ୟ ବାବଦରେ ବାରମ୍ବାର ଜିତେନ୍ଦ୍ର ଜନସୂଚନା ଅଧିକାରୀଙ୍କୁ ଯୋଗାଯୋଗ କରି ନିରାଶ ହୋଇ ଶେଷରେ ଲିଖିତ ଜଣାଇଥିଲେ।ତାପରେ ମଧ୍ୟ କୌଣସି ଉତ୍ତର କିମ୍ବା ତଥ୍ୟ ମିଳିନଥିଲା। ତଥ୍ୟ ନଥାଇ ଅର୍ଥ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ଚିଠି କରି ନିରାଶ କରିବା ସହ ସରକାରୀ ଗାଡିକୁ ଦଳୀୟ, ବ୍ୟକ୍ତିଗତ କାର୍ଯ୍ୟରେ ଲଗାଯାଉଥିବା ସହ ଗାଡି ତେଲ,ଭଡାବାବଦରେ ବ୍ୟାପକ ଅନିୟମିତତା ହେଉଥିବା ଯୋଗୁଁ ତଥ୍ୟ ମିଳୁନାହିଁ ଏନେଇ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଦ୍ଵିତୀୟ ଅପିଲ କରିଛନ୍ତି। ଯେଉଁଠି ମେୟର ସରକାରୀ ଗାଡି ବ୍ୟବହାର କରୁନଥିବା ବେଳେ ଡେପୁଟି ମେୟର ମାସିକ ସରକାରୀ ଗାଡି ବାବଦରେ ୪୪ହଜାର ଟଙ୍କା ତେଲ ଓ ଭଡା ବାବଦରେ ବ୍ୟୟ କରି ସରକାରୀ ଛୁଟି ଦିବସ ଓ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ସେନେଇ ଗାଡି ତଥ୍ୟ ମିଳୁନାହିଁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ।ସୂଚନା ଥାଉକି କେଏମସିରେ ଗାଡି ବ୍ୟବହାର ପାଇଁ କୌଣସି ଟେଣ୍ଡର ନହୋଇ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଗାଡି ବ୍ୟବହାର ହୋଇ ଗାଡି ଭଡା,ତେଲ ବାବଦରେ ମାସିକ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ କେଏମସିର କମିଶନର ନୀରବ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।କେଏମସିରେ ବ୍ୟବହାର ହେଉଥିବା ସରକାରୀ ଗାଡି ବ୍ୟୟର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବଡ଼ ଧରଣର ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ଜିତେନ୍ଦ୍ର ଅଭିଯୋଗ କରିଛନ୍ତି।