Hot Posts

6/recent/ticker-posts

କଂଗ୍ରେସ ଛାଡ଼ି ବିଜେପିରେ ଦୁଇ କାର୍ଯ୍ୟକର୍ତ୍ତା ସାମିଲ

ଝରିଗାଁ, ୧୦/୦୯ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବ୍ଲକର ଜାମରଣ୍ଡା ଅଞ୍ଚଳରେ କଂଗ୍ରେସ ଦଳର ଦୁଇଜଣ କାର୍ଯ୍ୟକର୍ତ୍ତା ଆଜି ବିଜେପିରେ ସାମିଲ ହୋଇଛନ୍ତି। ଖଣ୍ଡା ମଣ୍ଡଳ ସଭାପତି ଉତ୍ତମ ଦାସଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଏସ୍‌ସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ସମୀରଞ୍ଜନ ରାୟ, ଖଣ୍ଡା ମଣ୍ଡଳ ସଭାପତି ଉତ୍ତମ ଦାସ, ହୀରାପୁର ପଞ୍ଚାୟତ ସଭାପତି ହରିଶ୍ଚନ୍ଦ୍ର ସାନ୍ତାଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କଂଗ୍ରେସର ବରିଷ୍ଠ କାର୍ଯ୍ୟକର୍ତ୍ତା ମଦନ ସାନ୍ତା ଓ ଧର୍ମା ସାନ୍ତା ବିଜେପିରେ ଯୋଗଦେଇଥିବା ଜଣାପଡ଼ିଛି। ସେମାନେ ବିଜେପିର ନୀତି, ଆଦର୍ଶ ଓ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଦଳରେ ସାମିଲ ହୋଇଥିବା ଦଳୀୟ ପକ୍ଷରୁ କୁହାଯାଇଛି। ଏହି ମିଶ୍ରଣ ପରେ ହୀରାପୁର ପଞ୍ଚାୟତ ଅଞ୍ଚଳରେ ବିଜେପିର ସଂଗଠନ ଆହୁରି ମଜବୁତ ହେବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି।