ଅଭିମନ୍ୟୁଙ୍କ ପ୍ରତିମୂର୍ତ୍ତି ଅବହେଳିତ
ବରୀ, ୧୦/୦୯ ( ରଂଜିତ ମହାନ୍ତି ) : ବରୀ ମାଉଣ୍ଡ ବଜାର ଉପରେ ଏକ କୋଣକୁ ସ୍ଥାପିତ ହୋଇଥିବା ଉତ୍କଳର ଅନ୍ୟତମ ବରପୁତ୍ର ତଥା ବରୀ ମାଟିର ଅନନ୍ୟ ସନ୍ତାନ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ଷି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି । ପ୍ରତିମୂର୍ତ୍ତି ଉପରେ ଧୂଳି ମଳି ଜମି ରହୁଥିଲା ବେଳେ ଶୁ ଖି ଲା ପତ୍ର ଚତୁ ର୍ଦି ଗରେ ବି ଛାଡି ହୋଇପଡିଛି । ସନ୍ଧ୍ୟା ହେଲେ ପ୍ରତିମୂର୍ତ୍ତି ଉପରେ ଥିବା ହାଇମାଷ୍ଟ ଲାଇଟ୍ଟି ଦୀର୍ଘ ଦିନ ହେଲା ଜଳୁ ନଥିବାରୁ ପ୍ରତିମୂର୍ତ୍ତି ଅନ୍ଧାରରେ ରହୁଛି । ବଜାରକୁ ଆସୁଥିବା କିଛି ଲୋକ ଅନ୍ଧାରର ସୁଯୋଗ ନେଇ ସେହି ସ୍ଥାନରେ ପରିଶ୍ରା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ତେଣୁ ଯଥାଶୀଘ୍ର ଏ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି।