Hot Posts

6/recent/ticker-posts

ଅର୍ଥନୀତି ବିଭାଗରେ ସ୍ୱାଗତ ସମାରୋହ

ବୀରମହାରାଜପୁର, ୧୨/୦୯ ( ଜଗଦିଶ ମେହେର ) : ସ୍ଥାନୀୟ ବୀରମହାରାଜପୁର କମ୍ପୋଜିଟ କଲେଜରେ ଅର୍ଥନୀତି ବିଭାଗର ପ୍ରଥମ ବର୍ଷର ସମ୍ମାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବିଭାଗୀୟ ମୁଖ୍ୟ ଯଜ୍ଞେଶ୍ଵର ବିଶି ସଭାପତିତ୍ୱ କରିଥିବା ବେଳେ ଇଂରାଜୀ ବିଭାଗର ମୁଖ୍ୟ ବିଜୟ କୁମାର ପୁରୋହିତ ମୁଖ୍ୟ ବକ୍ତା, ରାଜନୀତି ବିଭାଗର ମୁଖ୍ୟ ଶିବ କୁମାର ପୁରୋହିତ ମୁଖ୍ୟ ଅତିଥି ଏବଂ ଓଡ଼ିଆ ବିଭାଗର ମୁଖ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା ସମ୍ମାନିତ ଅତିଥି ତଥା ଅର୍ଥନୀତି ବିଭାଗର ଅଧ୍ୟାପିକା ମାଳତୀ ନାଏକ ଓ ଅଧ୍ୟାପକ ପ୍ରଭାତ କୁମାର ପୁରୋହିତ ନୂତନ ଆଗନ୍ତୁକ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ I ଶିକ୍ଷାର୍ଥୀ ମାନେ ଆତ୍ମ ଅହଂକାର ଓ ଗର୍ବ ପରିତ୍ୟାଗ ପୂର୍ବକ ଅନ୍ୟ କାହାକୁ ନ୍ୟୁନ ଦୃଷ୍ଟିରେ ନଦେଖିବାକୁ ପରାମର୍ଶ ଦେଇଥିଲେ I ଭବିଷ୍ୟତରେ କୌଣସି ପଦ ପଦବୀରେ ରହିବାର ସୁଯୋଗ ମିଳିଲେ ସମାଜର ପୀଡିତ ଓ ଦୁଃଖୀ ଲୋକ ନିଜର ଦୁଃଖ ଜଣାଇବାକୁ ଆସିଲେ ସେମାନଙ୍କ କଥା ଧୈଯ୍ୟର ସହିତ ଶୁଣି ସମ୍ବେଦନଶୀଳ ହେବା ସଙ୍ଗେ ସଙ୍ଗେ ସମସ୍ୟାର ସମାଧାନ ପାଇଁ ଯତ୍ନଶୀଳ ହେବାକୁ ଉପସ୍ଥିତ ଅତିଥିମାନେ ଦିଗଦର୍ଶନ ଦେଇଥିଲେ I ଏହି ଅବସରରେ ପ୍ରେମ ସହିତ ଅର୍ଥନୀତିର କିପରି ସମ୍ପର୍କ ରହିଛି ସେଇ ବିଷୟରେ ଉଲ୍ଲିଖିତ ଯଜ୍ଞେଶ୍ଵର ବିଶିଙ୍କ ପୁସ୍ତକ ଖଣ୍ଡେ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା I ଶେଷରେ ଅଧ୍ୟାପକ ପ୍ରଭାତ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭାପତି ବିଶି ସଭା କାର୍ଯ୍ୟ ସମାପନ ଘୋଷଣା କରିଥିଲେ I ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିଇଥିଲା I