ସିନାପାଲିରେ ସଂକଳ୍ପ ସେବା ସଂଘ ଦ୍ୱାରା ପରିଚ୍ଛନ୍ନତା ଅଭିଯାନ: ଚନ୍ଦ୍ରଶେଖର ବାବା ଶିବ ମନ୍ଦିର ପ୍ରାଙ୍ଗଣ ସଫେଇ ସହ ସଚେତନତା ବାର୍ତ୍ତା
ସିନାପାଲି, ୧୩/୦୯ ( ପରମେଶ୍ୱର ମେହେର ) : ସଂକଳ୍ପ ସେବା ସଂଘ, ସିନାପାଲି ପକ୍ଷରୁ ନିଃସ୍ୱାର୍ଥପର ସେବା ମନୋଭାବ ଓ ସମାଜକୁ ସଚେତନତାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରସିଦ୍ଧ ଚନ୍ଦ୍ରଶେଖର ବାବା ଶିବ ମନ୍ଦିର ପ୍ରାଙ୍ଗଣରେ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ପରିଚ୍ଛନ୍ନତା କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହି ସେବା କାର୍ଯ୍ୟରେ ସଂଘର ପ୍ରମୁଖ ସମାଜସେବୀ ଗଣେଶ ରାମ ମେହେର, ନରେଶ କୁମାର ମାଝୀ, ଚିତ୍ତରଞ୍ଜନ ମେହେର, ସୁରଜ କୁମାର ମେହେର, ବିଦ୍ୟାଧର ସା, ବୁଦ୍ଧଦେବ ମେହେର, ଲିଙ୍ଗରାଜ ଜଗତ, ନରସିଂ ମେହେର, ଗୌରହରି ମେହେର, ଟୁନା ମଶ୍ରା, ଭୁପେନ୍ଦ୍ର ସା, ମଣ୍ଟୁ ମେହେରଙ୍କ ସମେତ ମନ୍ଦିରର ପୂଜକ ଓ ସ୍ଥାନୀୟ ଶ୍ରଦ୍ଧାଳୁମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମନ୍ଦିର ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ସହ ଶ୍ରଦ୍ଧାଳୁଙ୍କୁ ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ସଂଘ ପକ୍ଷରୁ ସଚେତନ କରାଯାଇଛି। ସଂକଳ୍ପ ସେବା ସଂଘର ଏହି ମହତ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଭୂରି ଭୂରି ପ୍ରଶଂସା କରିଛନ୍ତି ।