ବିଘ୍ନବିନାଶକ ଗଣେଶ ପୂଜା ଅବସରରେ ଭବ୍ୟ କଳସ ଯାତ୍ରା
କଳାହାଣ୍ଡି , ୧୩/୦୯ ( ରିତେଶ କୁମାର ମୁଣ୍ଡ ) : ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଅବସରରେ କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମରେ ଭକ୍ତିମୟ ପରିବେଶ ମଧ୍ୟରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର ଆୟୋଜନରେ ଗ୍ରାମର ଶତାଧିକ ମହିଳା ଓ ଯୁବତୀ ମୁଣ୍ଡରେ ସୁସଜ୍ଜିତ କଳସ ଧାରଣ କରି ଶ୍ରଦ୍ଧା ଓ ଭକ୍ତିର ସହିତ ଯାତ୍ରାରେ ସାମିଲ ହୋଇଥିଲେ।ପାରମ୍ପରିକ ବାଦ୍ୟଯନ୍ତ୍ର, ଘଣ୍ଟ ଶଙ୍ଖ, ହୁଳହୁଳି ଓ ଭଜନ-କୀର୍ତ୍ତନର ତାଳେ ତାଳେ ଏହି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ଗୋକୁଳ ବାରିକ ଓ ତାଙ୍କ ଧର୍ମପତ୍ନୀ ମଧୁକଲା ବାରିକ ରହିଛନ୍ତି l ଗ୍ରାମର ପୋଖରୀରୁ ପବିତ୍ର ଜଳ ସଂଗ୍ରହ କରି ଗାଁ ପରିକ୍ରମା କରିଥିଲେ । କଳସ ଯାତ୍ରା ସମୟରେ ଭକ୍ତମାନେ ‘ଗଣପତି ବାପ୍ପା ମୋରିଆ’ ଓ ହୁଳହୁଳି ଧ୍ୱନିରେ ପରିବେଶକୁ ମୁଖରିତ କରିଥିଲେ। ପରେ ନିର୍ଦ୍ଧାରିତ ପୂଜାସ୍ଥଳରେ ପବିତ୍ର ଜଳଭରା କଳସ ସ୍ଥାପନ କରାଯାଇ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଗଣେଶ ପୂଜାକୁ ନେଇ ଅଞ୍ଚଳରେ ଛୋଟଠାରୁ ବଡ଼ ସମସ୍ତଙ୍କ ମଧ୍ୟରେ ଗାଁରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ପୂଜା କମିଟିର ସଭାପତି ଜୟଶଙ୍କର ନାଏକ, ସମ୍ପାଦକ ଡିଙ୍ଗର ନିଏଲ, ସୁଧାଂଶୁ ଗହିର, ଭରତ ନିଏଲ, ପ୍ରବୀର ନାୟକ, ସୁରଞ୍ଜନ ନାୟକ, ଲକ୍ଷ୍ମଣ ନାୟକ, ଡୋଳେଶ୍ୱର ଭାଟି, ମହେନ୍ଦ୍ର ବାରିକ, ହରିଭଜନ ଘି, ଜୟଦେବ ନାୟକ, ଜିତୁ ଲହଜଳ, ନେତ୍ର ନିଏଲ, ଅଶୋକ ଭାଟି, ନବକିଶୋର ନାୟକ,ରାକେଶ ଗହିର,ଧୀରେନ୍ଦ୍ର ରଣା, ଦୁର୍ଯ୍ୟୋଧନ ଲହଜଲ, ଧୀରେନ୍ଦ୍ର ଘି ଓ ଦୈତାରୀ ବାରିକ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l କଳସ ଯାତ୍ରା କାର୍ଯ୍ୟକ୍ରମରେ ମଙ୍ଗଲୁ ଚରଣ ଭାଟି, ରଘୁମଣୀ ପଟେଲ, ଦିଗସନ ଲହଜଳ ଓ ବାଗସିଂ ମାଝୀ ଅନ୍ୟାନ୍ୟ ସମସ୍ତ ଗ୍ରାମର ଭଦ୍ର ବ୍ୟକ୍ତି ସାମିଲ ହୋଇଥିଲେ l ପୂଜା କମିଟି ପକ୍ଷରୁ ଚଳିତ ମାସ ୨୯ ତାରିଖ ଦିନ ସିନାପାଲି (ଛ. ଗ) ର ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l