Hot Posts

6/recent/ticker-posts

ଚତୁର୍ଥ ଖରସ୍ରୋତା ପୁସ୍ତକ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିଂଝାରପୁର, ୧୩/୦୯ (ପ୍ରଦୀପ କୁମାର ମଲ୍ଲିକ) : ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ଅବିଭକ୍ତ ଫତେପୁର ଗ୍ରାମ ପଞ୍ଚାୟତର ବରୁଣେଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅପରାହ୍ନ ତିନି ଘଟିକା ତିରିଶ ମିନିଟ୍ ରେ ଅନୁଷ୍ଠିତ ହୋଇଯାଇଛି | ଗତବର୍ଷର ସଫଳତା କୁ ଆଧାର କରି ଆସନ୍ତା ଡିସେମ୍ବର୍ ଷୋହଳ ତାରିଖରୁ ବାଇଶି ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପୁସ୍ତକ ମେଳାରେ ସାହିତ୍ୟିକ, ପ୍ରଶାସକ, ରାଜନେତା, ଶିକ୍ଷାବିତ୍, ସାମ୍ବାଦିକ, କଳାକାର ମାନଙ୍କୁ ନେଇ ସରସ ସୁନ୍ଦର କରିବାକୁ କର୍ମକର୍ତ୍ତା ଗଣ ଏବଂ ଉପଦେଷ୍ଟା ଗଣ ସପଥ ନେଇଥିଲେ | ଗ୍ରାମାଞ୍ଚଳରେ ପୁସ୍ତକ ପଠନ ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବାକୁ ହେଲେ ସେମାନଙ୍କୁ ମେଳା ସହ ଅଧିକ ଯୋଡ଼ିବାକୁ ହେବ ବୋଲି ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁ କହିଥିଲେ | ଏହି ପ୍ରସ୍ତୁତି ବୈଠକରେ ସର୍ବଶ୍ରୀ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରଧ୍ୟାପକ ଅଜୟ କୁମାର ଓଝା, ମୁଖ୍ୟ ଉପଦେଷ୍ଟା ସୁଶାନ୍ତ କୁମାର ନାୟକ, ଉପଦେଷ୍ଟା ସର୍ବଶ୍ରୀ ସନ୍ତୋଷ କୁମାର ବେଉରିଆ, ଅମ୍ବିକା ପ୍ରସାଦ ସାମଲ, ସତ୍ୟବ୍ରତ ପାଢୀ, ସୁବାଷ ଚନ୍ଦ୍ର ସାହାଣୀ, ଦେବେନ୍ଦ୍ର କୁମାର ସାମଲ, ରମାକାନ୍ତ ନାୟକ, ସରୋଜ କୁମାର ମଲ୍ଲିକ, ସୁବାଷ ଚନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ସେଠୀ, ଭାରତ ଭୂଷଣ ମଲ୍ଲିକ, ପୁରୁଷୋତ୍ତମ ନାୟକ, ଆଲୋକ ଦାସ, ଅକ୍ଷୟ କୁମାର ସେଠୀ, ବିଜୟ କୁମାର ଜେନା, ଶିଶିର ଦାସ, ସୁଧୀର ଆଚାର୍ଯ୍ୟ, ଉମାଶଙ୍କର ଗୁରୁ, ପୂର୍ଣ୍ଣ ଚନ୍ଦ୍ର ରାଉତ, ସୁବାଷ ଚନ୍ଦ୍ର ସାହାଣି, ନାରାୟଣ ଚନ୍ଦ୍ର ପଣ୍ଡା, ଶଙ୍କର୍ଷଣ ଦାଶ, ପ୍ରଫୁଲ୍ଲ ମହାକୂଳ, ଖଗେଶ୍ଵର ସାହୁ, ସନ୍ତୋଷ କୁମାର ରାଉତ୍, ରତ୍ନାକର ସାହୁ, ଉମେଶ ସାମଲ, ମନୋଜ ସାହୁ, ସୁବାଷ ଜେନା ଓ ମନୋଜ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିଥିଲେ ବୋଲି ମେଳା କମିଟିର ସଭାପତି ଶ୍ରୀଯୁକ୍ତ ଗୁରୁ ଗଣମାଧ୍ୟମ ରେ ପ୍ରକାଶ କରିଥିଲେ |