ଗଣେଶ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି
ବରୀ, ୧୩/୦୯ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳରେ ଗଣେଶ ପୂଜାକୁ ନେଇ ବ୍ୟାପକ ଉତ୍ସାହ ଦେଖା ଦେଇଥିଲା ବେଳେ ବିଭିନ୍ନ ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବରୀ ମାଉଣ୍ଡ ବଜାରରେ ନିକଟ ନେଉଳା ଓ ବରୀ ମାଉଣ୍ଡ ବଜାରରେ ଦୁଇଟି ପୂଜା ମଣ୍ଡପରେ ଭବ୍ୟ ପୂଜାର ଆୟୋଜନ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ପୂଜା ପାଇଁ ବ୍ୟାପକ ସାଜସଜ୍ଜା ଚାଲିଛି । ମୂର୍ତ୍ତି କାର୍ଯ୍ୟ ପ୍ରାୟ ସରିଥିଲା ବେଳେ କେବଳ ଶେଷ ସ୍ପର୍ଶ ବାକି ଅଛି । ଏବେ ପୂଜା ମଣ୍ଡପ ଓ ବାହାରକୁ ସଜ୍ଜିତ କରାଯାଉଛି । ପୂଜା କମିଟିର ସଦସ୍ୟ ମାନେ ସମସ୍ତ ଆୟୋଜନ ସାରିବାକୁ ଦିନ ରାତି ଏକ କରି ଦେଇଛନ୍ତି ।