Hot Posts

6/recent/ticker-posts

ବିଶ୍ୱ ଫିଜିଓଥେରାପୀଉଟିକ୍ ଦିବସ ପାଳିତ

ବାଲେଶ୍ଵର , ୦୮/୦୯ ( ପ୍ରଭାକର ମଲ୍ଲିକ ) : ଅଦ୍ୟ ତାରିଖ - ୮/୯/୨୬ରିଖ ମଙ୍ଗଳବାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଆଶା"ରେ ବିଶ୍ୱ ଫିଜିଓ ଥେରାପୀଉଟିକ୍ ଦିବସ ପାଳିତ ହୋଇଯାଇଛି।ଏଥିରେ ଆଶାର ସମ୍ପାଦକ ଯୁବ ସମାଜସେବୀ ଡକ୍ଟର ଅମର କୁମାର ପାଳ ପୌରହିତ୍ୟ କରିବା ସହିତ କହିଥିଲେ ଯେ ଶରୀରର ଗତିଶୀଳତା ହିଁ ଜୀବନ। ଏହା ଫିଜିଓଥେରାପି ବିନା ସମ୍ଭବ ନୁହେଁ ।ଆଶା ଫିଜିଓ ଥେରାପୀଉଟିକ୍ କେନ୍ଦ୍ରର ଡକ୍ଟର ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ଗିରି ଭୌତିକ ବିଜ୍ଞାନର ଉପକାରିତା ସମ୍ପର୍କରେ ବିଶଦ୍ ବିବରଣୀ ପ୍ରଦାନ କରିବା ସହିତ ବିନା ଅପରେଶନ ଓ ଔଷଧରେ ଶରୀରରେ ବିଭିନ୍ନ ଥେରାପୀ ମାଧ୍ୟମରେ ଆରୋଗ୍ୟ ଲାଭ କରିହୁଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ସ୍ମିତାରାଣୀ ମହାପାତ୍ର କହିଥିଲେ ଯେ ଫିଜିଓଥେରାପି ଅ।ପଣ।ନ୍ତୁ ଯନ୍ତ୍ରଣାମୁକ୍ତ ଜୀବନ ଜିଅନ୍ତୁ ।ଏଥିରେ ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିବା ସହିତ ଲକ୍ଷ୍ମୀ ବାସନ୍ତୀ ସ୍ୱତନ୍ତ୍ର ମୁକ ଓ ବଧିର ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପରାଜିତା ସେନାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲାl 



ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l