Hot Posts

6/recent/ticker-posts

ବେହେରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଧର୍ମଗଡ଼, ୦୮/୦୯ (ରିତେଶ କୁମାର ମୁଣ୍ଡ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଠାରେ ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ତୁଳସୀ ରାମ ବାରିକ ଙ୍କ ସଭାପତିତ୍ୱ ରେ ବୈଠକ ରେ ଗ୍ରାମବାସୀ ଓ ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକ ରେ ଗ୍ରାମବାସୀ ସର୍ବସମ୍ପତି କ୍ରମେ ସେଇ ପୁରୁଣା କମିଟି କୁ ଚୟନ କରିଥିଲେ। ଚଳିତ ବର୍ଷ ବେହେରା ସାର୍ବଜନୀନ ଦୁର୍ଗାପୂଜା ୫୮ ବର୍ଷରେ ପଦାର୍ପଣ କରିଥିବାରୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ବୈଠକ ରେ ନିଷ୍ପତି ନିଆ ଯାଇଛି। ଦୁର୍ଗାପୂଜା କମିଟି ସଭାପତି ଈଶ୍ୱର ଲାଲ ଅଗ୍ରୱାଲ ଉପସଭାପତି ହେମାଳ ନାଏକ ସମ୍ପାଦକ ରଜନୀ କାନ୍ତ ନାଏକ ସହସମ୍ପାଦକ ରାହାସ ନାଏକ ଓ ଉପଦେଷ୍ଟା କମିଟି ଘନଶ୍ୟାମ ପଟେଲ, ନରେନ୍ଦ୍ର ବିଶି, ହୁକିମ ନାଏକ, ଲଳିତ ଅଗ୍ରୱାଲ, ବଳରାମ ପୁଝାରୀ, ଚନ୍ଦନ ବାଣୁଆ, ଶଙ୍କର ନାଏକ, ଚନ୍ଦ୍ର ଶେଖର ବାଗ, ପଦ୍ମଲୋଚନ ପାଣିଗ୍ରାହୀ, ହେମନ୍ତ ସାହୁ, ପ୍ରେମଲାଲ ନାଏକ ତଥା ଗ୍ରାମବାସୀ ସାମିଲ ଥିଲେ