କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି: ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
କଟକ, ୦୨/୦୯ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ୩ ଦିନିଆ ସ୍ୱାୟତ୍ତ ଶାସନ ଦିବସ ସମାରୋହ ପାଳନ ହୋଇଯାଇଛି । ଏହି ଅବସରରେ ଦ୍ୱିତୀୟ ଦିନ ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ/ବିଧାୟିକା , ଡେପୁଟି ମେୟର, ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ସ୍ଥାନୀୟ କର୍ପୋରେଟର, ନାଗରିକ ଏବଂ କେଏମସିର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।
⭐ ୱାର୍ଡ ନଂ–୩୮ର ତାଳଦଣ୍ଡା କେନାଲ ନିକଟରେ ଭେଣ୍ଡିଙ୍ଗ ଜୋନ୍ ପ୍ରକଳ୍ପର ଲୋକାର୍ପଣ
⭐ ୱାର୍ଡ ନଂ–୩୮ର ତାଳଦଣ୍ଡା କେନାଲ ପାର୍ଶ୍ୱ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ
⭐ ୪୭ ନମ୍ବର ଓ୍ବାର୍ଡର ଷଷ୍ଠ OSAP ବାଟାଲିୟନ ପରିସରରେ ୧୦ କ୍ଷମତା ବିଶିଷ୍ଟ ନୂତନ ଶୌଚାଳୟର ଉଦ୍ଘାଟନ
⭐ ୱାର୍ଡ ନଂ–୪୫ ସ୍ଥିତ ଖାନନଗରଠାରେ ଆଜି ଏକ ନୂତନ ମାଛ ମାର୍କେଟର ଶିଳାନ୍ୟାସ
⭐ ୱାର୍ଡ ନଂ–୪୬ ସ୍ଥିତ କାଳିଆବୁଦା ଶ୍ମଶାନର ନବୀକରଣ
⭐ ୱାର୍ଡ ନଂ–୫୧ ସ୍ଥିତ ପୋପରଡ଼ା ଶ୍ମଶାନ ପ୍ରକଳ୍ପର ଶୁଭ ଉଦ୍ଘାଟନ