କଟକ, ୦୨/୦୯ ( କାହୁଁ ଚରଣ ବାରିକ ) : କଟକ ଚାନ୍ଦିନୀଚୌକସ୍ଥିତ ବାସଭବନରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସ୍ୱର୍ଗତ କିଶୋର ଚନ୍ଦ୍ର ମିଶ୍ରଙ୍କ ଧର୍ମପତ୍ନୀ ତଥା କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଦେବକୃପା ମିଶ୍ରଙ୍କ ଜେଜେମା ଆଶା ଦେବୀଙ୍କ ପରଲୋକ ଘଟିଛି। ଆଶା ଦେବୀ ଜଣେ ଧର୍ମପରାୟଣା, ପରୋପକାରୀ ଓ ମାନବସେବୀ ମହିଳା ଭାବେ ପରିଚିତ ଥିଲେ। ଦାନ, ଧର୍ମ ଓ ମାନବ ସେବାରେ ସେ ସର୍ବଦା ନିୟୋଜିତ ରହୁଥିଲେ। ନିଃସ୍ୱାର୍ଥ ସ୍ନେହ ଓ ମମତାର ପ୍ରତୀକ ଭାବେ ସେ ପରିବାର ଓ ପରିଚିତ ମହଲରେ ଆଦୃତ ଥିଲେ।ଛାତ୍ରୀ ଜୀବନରେ ମଧ୍ୟ ସେ ଜଣେ ମେଧାବୀ ଛାତ୍ରୀ ଥିଲେ ଏବଂ ସ୍କୁଲ୍ ଓ କଲେଜରେ ଶ୍ରେଷ୍ଠ ସ୍ଥାନ ଅଧିକାର କରୁଥିଲେ। ମୃତ୍ୟୁଶଯ୍ୟା ନିକଟରେ ଦେବକୃପା ମିଶ୍ରଙ୍କ ସମେତ ତାଙ୍କ ପୁତ୍ର ଉମା ଶଙ୍କର ମିଶ୍ର, ପୁତ୍ରବଧୂ ରାଜଲକ୍ଷ୍ମୀ ମିଶ୍ର, ଝିଅ ସୁଜାତା ମିଶ୍ର, ସଂଯୁକ୍ତା ମିଶ୍ର, ଜ୍ୱାଇଁ ଡ. ପରମେଶ୍ୱର ମିଶ୍ର, ପୁତୁରା ନରେନ୍ଦ୍ର କିଶୋର ମିଶ୍ରଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟମାନେ ଉପସ୍ଥିତ ଥିଲେ। ସତିଚୌରାଠାରେ ଆଶା ଦେବୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଓଁ ଶାନ୍ତି। 🙏
