Hot Posts

6/recent/ticker-posts

ସିନାପାଲି ପିଏମଶ୍ରୀ ରେ ଜୋନାଲ ସ୍ତରୀୟ କ୍ରିଡା ପ୍ରତିଯୋଗିତା

ସିନାପାଲି, ୦୨/୦୯ ( ପରମେଶ୍ୱର ମେହେର ) : ଛାତ୍ରଛାତ୍ରୀଙ୍କ କ୍ରିଡା ପ୍ରତିଭା ଚୟନ ନିମନ୍ତେ ସରକାର ଙ୍କ ପ୍ରୋତ୍ସାହନ କ୍ରମେ ଜିଲ୍ଲାର ପ୍ରତି ବ୍ଳକରେ ୪ଟି ଲେଖାଁଏ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ନୂଆପଡା ଜିଲ୍ଲା, ସିନାପାଲି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ତା:୦୨-୦୯-୨୦୨୬ ରିଖ ବୁଧବାର ଦିନ ୧୪ ବର୍ଷ ରୁ କମ୍ ଏବଂ ୧୭ ବର୍ଷରୁ କମ୍ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜୋନାଲ ସ୍ତରୀୟ (ଜୋନ୍ ୩) କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର ସଭାପତିତ୍ବ କରିଥିବା ବେଳେ, ମୁଖ୍ଯ ଅତିଥି ରୁପେ ଶାରୀରିକ ଜିଲ୍ଲା ଶିକ୍ଷା ନିରିକ୍ଷକ ରତନ ସିଂ ବାରିକ, ସମ୍ମାନିତ ଅତିଥି ରୁପେ ସୁନୀତା ମେହେର (ସରପଞ୍ଚ, ସିନାପାଲି), ସନ୍ତୋଷ ମେହେର (ବ୍ଳକ କ୍ରିଡା ସମ୍ପାଦକ), ନରେଶ ମାଝୀ (ଏସ୍.ଏମ୍.ସି. ସଭାପତି) ଏବଂ ଅନିଲ କୁମାର ସା ପ୍ରଧାନ ଶିକ୍ଷକ ମହୁଲପଡା ସରକାରୀ ଉଚ୍ଚ ବିଦ୍ୟାଳୟ) ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ପାଇଁ କବାଡି, ଖୋଖୋ, ଫୁଟବଲ, ଭଲିବଳ, ବେଡମିଣ୍ଟନ, ଚେସ୍ ଏବଂ କେବଳ ବାଳିକା ମାନଙ୍କ ପାଇଁ ଯୋଗ ର ଆୟୋଜନ କରି ପ୍ରତ୍ୟେକ ବିଭାଗରେ ପ୍ରତିଭାବାନ ଖେଳାଳି ମାନଙ୍କ ର ଚୟନ କରାଯାଇଥିଲା । ସଭା ପ୍ରାରମ୍ଭରେ ସରକାରୀ ଶିକ୍ଷକ ମହେଶ କୁମାର ମେହେର ଅତିଥି ଆମନ୍ତ୍ରଣ ତଥା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ, ସରକାରୀ ଶିକ୍ଷୟତ୍ରୀ ପ୍ରତୀସ୍ବରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଖେଳ ଶିକ୍ଷକ, ଚୟନ କର୍ତ୍ତ ଏବଂ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା। ପରିଷେଶରେ ଶିକ୍ଷୟିତ୍ରୀ ସୁକେଶିନୀ ବାଗ କୃତଜ୍ଞତା ଜ୍ଞାପନ ପୂର୍ବକ କାର୍ଯ୍ୟକ୍ରମ ସାଙ୍ଗ ଘୋଷଣା କରିଥିଲେ।