କିର୍ମିରାରେ ଆଙ୍ଗନ କା ଉତ୍ସବ ପାଳିତ
ଲଇକେରା, ୩୦/୦୯ ( ନବଦୂତ ) : ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କିର୍ମିରା ବ୍ଳକର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ତିନି ଦିନ ଧରି ଆଙ୍ଗନ କା ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଶିଶୁ ଓ ବାପା, ମା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ଶିଶୁଙ୍କ ଯତ୍ନ, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁସ୍ଥ ପରିବାର ବିଷୟରେ ସଚେତନ କରାଯାଇଥିଲା । ଅର୍ଡା ପଞ୍ଚାୟତ କହରପଡା ଅଙ୍ଗନବାଡି ଜ୍ଞାନ କେନ୍ଦ୍ରରେ ପାଳିତ ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମରେ ସରପଞ୍ଚ ବୀଣାପାଣୀ ପୋଢ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ କରାରୀ, ମମତା ପିଏ ନିବେଦିତା ବାଗ, ଜେଆରଏ ୟୋଗେସ ସରାଫ, ଏକାନ୍ତ ପଟେଲ, ୱାର୍ଡ ମେମ୍ୱର ରଶ୍ମିତା ତଣ୍ଡିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିଶୁ ଓ ମାତା, ପିତା ମାନଙ୍କୁ ସମ୍ମାନିତ କରି ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଅଙ୍ଗନବାଡି କର୍ମୀ ଜ୍ୟୋସ୍ନା ମହାନନ୍ଦ ପରିଚାଳନା କରିଥିବାବେଳେ ଆଶା ସୁନାଫୁଲ ବାର, ସହାୟିକା ମମତା ପିଙ୍ଗ୍ ସହଯୋଗ କରିଥିଲେ ।