Hot Posts

6/recent/ticker-posts

ଏମାନେ କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ । ହେଲେ ଗଜାନନ ଙ୍କ ଭକ୍ତି ଆଗରେ ହାର ମାନିଛି ଭିନ୍ନ କ୍ଷମତା।

କଟକ, ୦୮/୦୯ ( କାହୁଁ ଚରଣ ବାରିକ ) : ପାଖେଇ ଆସୁଛି ଗଣେଶ ପୂଜା। ଏଥିପାଇଁ କଟକ ସହରର ବିଭିନ୍ନ କ୍ଲବ୍ ମାନଙ୍କରେ ଗଜାନନ ଙ୍କ ମୂର୍ତ୍ତି ନିର୍ମାଣ ଜୋରସୋର ରେ ଚାଲିଥିବା ବେଳେ କଟକ ସହରର ତୁଳସୀପୁର ତଳ ପୋଲିସ କଲୋନୀ ଆଞ୍ଚରେ ନିଆରା ମୂର୍ତ୍ତି ଗଢ଼ା ଦେଖିବାକୁ ମିଳିଛି। କଟକ ଜିଲ୍ଲା ମୂକ ଓ ବଧିର ସଂଘର ଭିନ୍ନକ୍ଷମ ସଦସ୍ୟ ମାନେ ଜାରି ରଖିଛନ୍ତି ମୂର୍ତ୍ତି ଗଢ଼ା। ତେବେ ଦୀର୍ଘ ଚାଳିଶ ବର୍ଷ ରୁ ଉର୍ଦ୍ଧ ବର୍ଷ ହେବ ଏହି ସଂଘର କର୍ମକର୍ତ୍ତା ମାନେ ନିଜେ ମୂର୍ତ୍ତି ତିଆରି କରୁଥିବା ବେଳେ ଚଳିତବର୍ଷ ପାଖାପାଖି ୧୫ ଫୁଟ ର ଗଜାନନ ଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି।