Hot Posts

6/recent/ticker-posts

କଟକ ସେକ୍ଟର-୯ରେ ‘ମିଲେନିୟମ୍ ସିଟି ମାର୍କେଟ୍ କମ୍ପ୍ଲେକ୍ସ’ ଓ ‘ସେନ୍ସୋରିଆଲ୍ ପାର୍କ’ ଉଦ୍‌ଘାଟିତ

କଟକ, ୦୮/୦୯ ( କାହୁଁ ଚରଣ ବାରିକ ) : କଟକର ବିଭିନ୍ନ ସ୍ଥାନରେ ଓଡ଼ିଶାର ମାନ୍ୟବର ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ତଥା ସିଡିଏ (କଟକ ଉନ୍ନୟନ କର୍ତ୍ତୃପକ୍ଷ) ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମହୋଦୟଙ୍କ କରକମଳରେ ସେକ୍ଟର-୯ ଠାରେ ‘ମିଲେନିୟମ୍ ସିଟି ମାର୍କେଟ୍ କମ୍ପ୍ଲେକ୍ସ’ ଏବଂ ‘ସେନ୍ସୋରିଆଲ୍ ପାର୍କ’ର ଶୁଭ ଉଦ୍‌ଘାଟନ । ଏହା ସହିତ ଆଧୁନିକ ତଥା ନାଗରିକ-ଅନୁକୂଳ ସାର୍ବଜନୀନ ପରିବେଶ ସୃଷ୍ଟି କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ସେ ସେକ୍ଟର-୧୩ ଠାରେ ‘ଅଟଳ ପାର୍କ’ର ଶିଳାନ୍ୟାସ । ଏହି ଅବସରରେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସିଂହ, ସିଡିଏ ଉପାଧ୍ୟକ୍ଷା ସୁଶ୍ରୀ କିରଣଦୀପ କୌର ସାହୋତା, ସିଡିଏର ବରିଷ୍ଠ ଅଧିକାରୀବୃନ୍ଦ, ବରେଣ୍ୟ ଅତିଥିଗଣ ଏବଂ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।