Hot Posts

6/recent/ticker-posts

ଚାଷୀର ଧର୍ଯ୍ୟ ଅସୀମ, ବନ୍ୟା ପରେ ପୁଣି ଅଣ୍ଟା ଭିଡ଼ିଛନ୍ତି ଚାଷୀ ।।

ଯାଜପୁର, ୧୧/୦୯ ( ରଂଜିତ ମହାନ୍ତି ) : ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ବାରମ୍ବାର ବନ୍ୟା ପରିସ୍ଥିତି ଦୋହଲାଇ ଦେଇଛି ଚାଷୀଙ୍କ ମେରୁଦଣ୍ଡ । କିନ୍ତୁ ଚାଷୀର ଧର୍ଯ୍ୟ ଅସୀମ । ରୁଆ ଧାନ ଧୋଇଗଲା ପରେ ପୁନଶ୍ଚ ଧାନ ରୋଇବାକୁ କାଦୁଅ କରିବାରେ ମଗ୍ନ ଚାଷୀ । ଚଳିତ ବନ୍ୟାରେ ଯାଜପୁର ଜିଲ୍ଲା ବରୀ ବ୍ଲକରେ ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି। ବନ୍ୟା ପାଣି ଛାଡିବା ପରେ ପୁଣି କିଛି ଖାଳୁଆ ଯାଗା ରେ ବିହନ ପାଇଁ ଅଳ୍ପ କିଛି ଧାନ ରୋଇ ବାର ଦେଖିବାକୁ ମିଳିଛି l ଭରସା ନାହିଁ ତଥାପି ମାଟି ମା କୁ ଭରଷା କରି ଆଗାମୀ ବର୍ଷ ବିହନ ପାଇଁ ଧାନ ତଳି ଲଗାଉଥିବା କୁହନ୍ତି ଚାଷୀମାନେ l