ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ
କର୍ଲାମୁଣ୍ଡା, ୨୬/୦୯ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସର୍ବ ପୁରାତନ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ହେମନ୍ତ କୁମାର ଚୌଦୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଦୁଷ୍ମନ୍ତ ମିର୍ଦ୍ଧା ଉପସ୍ଥିତ ରହି ସ୍ୱାଗତ ଭାଷଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ଗିରିରାଜ ଗହିର, ନୀଳାମ୍ବର ପାତ୍ର, ଦୀପ୍ତି ପ୍ରକାଶ ସାହୁ, ସୋମନାଥ ନାଗ, ଅଧ୍ୟାପିକା ଯୋଷ୍ଣାମୟୀ ସାହୁ, ଲକ୍ଷ୍ମୀ ବାଗ, ଖେଳ ଶିକ୍ଷକ ଲଳିତ ଦାସ ଛାତ୍ରଛାତ୍ରୀ ମାନଙ୍କୁ ସମାଜସେବା ଓ ଜନସଚେତନତା କାର୍ଯ୍ୟରେ ଅଧିକ ସକ୍ରିୟ ହେବାକୁ ଉଦବୋଧନ ଦେଇଥିଲେ । ଉକ୍ତ ସଭାକୁ ଗ୍ରନ୍ଥପାଳ ଚିନ୍ମୟ ରଣା, ଡି.ଇ.ଓ ସୌମ୍ୟରଂଜନ ତ୍ରିପାଠୀ, ଜଗଦୀଶ ଭୋଇ, କଳ୍ପନା ରଣା, ନାରାୟଣ ଗହିର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ ସାହାଯ୍ୟ ସହଯୋଗ କରିଥିଲେ।