ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରୁ ମୁଖ୍ୟମନ୍ତ୍ରୀ ପ୍ରଭୁ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ ଶୁଭାରମ୍ଭ,
ନୂଆପଡ଼ା, ୨୭/୦୯ ( ପରମେଶ୍ୱର ମେହର ) : ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରୁ ମୁଖ୍ୟମନ୍ତ୍ରୀ ପ୍ରଭୁ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ ଶୁଭାରମ୍ଭ, ୧୮୦ ଜଣ ବୟଷ୍କ। ପର୍ଯ୍ୟଟକ ଗସ୍ତ କରିଛନ୍ତି। ଆସନ୍ତା କାଲି ନୂଆପଡ଼ା ଏନ ଏ ସି ରୁ ୨୧୫ ଯାତ୍ରୀ ଯିବା କାର୍ଯ୍ୟକ୍ରମ ରହିଅଛି। ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଜଗନ୍ନାଥ ଦର୍ଶନ ସଭିଙ୍କ ଆଶା ଓ ଆକାଂକ୍ଷା ଅଟେ। ଏହା ସରକାରୀ ଯୋଜନା ରେ ପୁରାଣ ହେବା ନାଗରିକଙ୍କ ପାଇଁ ଏକ ସଫଳ ଯୋଜନା ବୋଲି ମତବ୍ୟକ୍ତ କରିଥିଲେ। ନଗର ଅଧ୍ୟକ୍ଷା ଡଃ.ସୋନିଆ ଜୈନ ଅତିରିକ୍ତ ଜିଲ୍ଲାପାଳ ସୁବାଷଚନ୍ଦ୍ର ରଇତ ଓ ୱାର୍ଡ ସଭ୍ୟ ସଭ୍ୟା ସବୁଜ ପତାକା ଦେଖାଇ ଯାତ୍ରା ଆରମ୍ଭ କରାଇଲେ। ଆଜି ଖରୀଆର ରୋଡ ବସଷ୍ଟାଣ୍ଡ ଠାରୁ ପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ ରାଜ୍ୟ ସରକାର ପକ୍ଷ ରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବା ବେଳେ ଦର୍ଶନ କରାଇ ପୁଣି ପ୍ରତ୍ୟାବର୍ତ୍ତନ କରିବେ।