Hot Posts

6/recent/ticker-posts

ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଗଲେ କଟକ ଜିଲ୍ଲାର ୧୯୭ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

କଟକ, ୦୨/୦୯ ( କାହୁଁ ଚରଣ ବାରିକ ) : ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୂତି ଦେବା ନିମନ୍ତେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିନରେ ଆଜି କଟକ ଜିଲ୍ଲାର ବିଭିନ୍ନ ବ୍ଲକର ୧୯୭ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଯିବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିର୍ଦୋସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କଟକ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଉପନିର୍ଦ୍ଦେଶକ ପର୍ଯ୍ୟଟନ, ଶ୍ରୀମତୀ ସୁଜାତା ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରବିନ୍ଦ୍ର ସରକାର ପ୍ରମୁଖ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତାକା ଦେଖାଇ ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ । ତୀର୍ଥଯାତ୍ରୀମାନେ ୫ଟି ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସକାଳ ୯ଟାରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ତୀର୍ଥଯାତ୍ରୀମାନଙ୍କର ପଞ୍ଜିକରଣ ଆରମ୍ଭ ହୋଇଥିଲା । ସେଠାରେ ସେମାନଙ୍କର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା ଓ ଦିନ ୩ ଘଟିକା ସମୟରେ ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିଥିଲେ । ପ୍ରକାଶଥାଉକି ଏହି ତୀର୍ଥଯାତ୍ରୀମାନେ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିବେ । କଟକ ଜିଲ୍ଳାର ତୀର୍ଥଯାତ୍ରୀଙ୍କ ସହ ୬ଜଣ ଏସକର୍ଟ ଅଫିସର ଯାତ୍ରା କରୁଛନ୍ତି ।